
ରାଉରକେଲା, (ସସ୍ମିତା ପ୍ରଧାନ) : ବରଟୋଲୀ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ମଙ୍ଗଳବାର ଦିନ “ବନ ମହୋତ୍ସବ ସପ୍ତାହ”ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ବନଖଣ୍ଡର ଏସିଏଫ୍ ଜ୍ଞାନେନ୍ଦ୍ର ସିଂ ପାଲ ମାଥୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପାନପୋଷ ଫରେଷ୍ଟ ରେଞ୍ଜ୍ ଅଫିସର ସୁଶ୍ରୀ ସୁଚିସ୍ମିତା ଦାସ, ସ୍କୁଲ ପରିଚାଳନା କମିଟିର ଅଧକ୍ଷା ଡ଼. ମିନାକ୍ଷୀ ଷଡ଼ଙ୍ଗୀ, ୱାଇଏମ୍ଏଫ୍ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ବିଶିଷ୍ଟ ଅତିଥି ଭାବେ ମଂଚାସୀନ ଥିଲେ । ପରିବେଶ ସଚେତନତା, ସୁରକ୍ଷା ଓ ସବୁଜ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସ୍କୁଲର ପ୍ରିନ୍ସିପାଲ ଜଳଧର ମହାପାତ୍ର ସ୍ୱାଗତ ଭାଷଣରେ ବୃକ୍ଷର ଗୁରୁତ୍ୱ ଓ ପରିବେଶ ପ୍ରତି ଆମର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରଥିଲେ । ପ୍ରାରମ୍ଭରେ ଶିକ୍ଷୟିତ୍ରୀ ବୃନ୍ଦ ସ୍ୱାଗତ ସଂଗୀତ ଗାନ କରିଥିଲେ । ବଲବାଟିକା- ୩ର ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ଉପରେ ଏକ ସୁନ୍ଦର ନାଟକ ପରିବେଷଣ କରିଥିଲେ । ପ୍ରଥମ ଶ୍ରେଣୀର ଛାତ୍ରୀ ଦିବ୍ୟାଂଶୀ ଓ ସାନଭି ବୃକ୍ଷରୋପଣ ଓ ଏହାର ସୁରକ୍ଷା ସମ୍ପର୍କରେ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ଗଜେନ୍ଦ୍ର ପାଲ ସିଂ ମାଥୁର ତାଙ୍କ ଭାଷଣରେ ବନ ସଂରକ୍ଷଣର ଆବଶ୍ୟକତା ଓ ପ୍ରକୃତି ସହ ସାମନ୍ୱୟ ରଖି ଜୀବନ ଯାପାନ କରିବାର ବାର୍ତ୍ତା ଦେଇଥିଲେ । ରେଞ୍ଜର ସୁଶ୍ରୀ ଶୁଚିସ୍ମିତା ଦାସ ତାଙ୍କ ବକ୍ତବ୍ୟରେ ‘ମା ପାଇଁ ଗଛଟିଏ’ ସ୍ଲୋଗାନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ବୃକ୍ଷରୋପଣ ପାଇଁ ଆହ୍ୱାନ କରିଥିଲେ । ଇଂରାଜୀ ଶିକ୍ଷୟିତ୍ରୀ ସଂଗୀତା ରଥ ଗଛର ଯତ୍ନ ନେବାକୁ ମତ ଦେଇଥିଲେ । ଶିକ୍ଷୟିତ୍ରୀ ସଂଗୀତା ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ ଭାଇସ ପ୍ରିନସିପାଲ ଶ୍ରୀମତୀ କଳ୍ପନା ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଫରେଷ୍ଟର ଗୀତାଞ୍ଜଳି ସେଠି, ସ୍କୁଲର ଏକାଡେମୀ କୋ-ଅଡିନେଟର ରୂପଶ୍ରୀ ସାହୁ ସଭାରେ ମଂଚାସୀନ ଥିଲେ । ଜାତୀୟ ସଂଗୀତ ଗାନ ସହ ବୈଠକ ସମାପନ ହୋଇଥିଲା । ଏହାପରେ ବରଟୋଲୀ ସ୍କୁଲ ପରିସରରେ ଅତିଥିମାନେ ବୃକ୍ଷରୋପଣ କରିଥିଲେ । ଫରେଷ୍ଟର ବିଜୟ କଲେର, ଫରେଷ୍ଟ ଗାର୍ଡ ଗୀତାରାଣୀ ଏକ୍କା, ମଞ୍ଜୁ ସୁନାନୀ, ଫରେଷ୍ଟ ସ୍କ୍ୱାଡର଼୍, ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପଣ୍ଡା, ନନ୍ଦିନୀ, ଜୟଶ୍ରୀ, ଗୀତାଞ୍ଜଳି ବାରିକ, ଶତାବ୍ଦୀ ସରକାର, ସ୍କୁଲର ଷ୍ଟାଫ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବୃକ୍ଷରୋପଣ ପରେ ଅତିଥିଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ କରାଯାଇଥିଲା ।

