csstore

ବଲାଙ୍ଗିରରେ ଅଭାବନୀୟ ଘଟଣା : ଛାତରୁ ପଡ଼ି ମହିଳାଙ୍କ ମୃତ୍ୟୁ, ତଦନ୍ତ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ତୁଳସୀ ନଗର ପଡ଼ାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏକ ଭଡ଼ା ଘରେ ରହୁଥିବା ୫୪ ବର୍ଷୀୟା ମହିଳା ନମିତା ସାମଲଙ୍କର ଛାତରୁ ପଡ଼ି ମୃତ୍ୟୁ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ନମିତା ସାମଲ ତାଙ୍କ ଝିଅଙ୍କ ସହ ତୁଳସୀ ନଗରର ଏକ ଭଡ଼ା ଘରେ ରହୁଥିଲେ । ତାଙ୍କ ଝିଅ ବଲାଙ୍ଗିର ସରକାରୀ ଆୟୁର୍ବେଦ କଲେଜ ଓ ହସ୍ପିଟାଲରେ ଦ୍ୱିତୀୟ ବର୍ଷର ଛାତ୍ରୀ ଅଟନ୍ତି । ଗୁରୁବାର ସକାଳେ ଝିଅ କଲେଜକୁ ଯାଇଥିବା ସମୟରେ ନମିତା ସାମଲ ଛାତରୁ ତଳକୁ ପଡ଼ିଯାଇଥିଲେ । ଘଟଣାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଉଭୟ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ମହିଳାଙ୍କ ଘର ସମ୍ବଲପୁର ଜିଲ୍ଲାର ବୁର୍ଲା ଅଞ୍ଚଳର ବୋଲି ଜଣାପଡ଼ିଛି । ଏହା ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣରୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ସିସିଟିଭି ଫୁଟେଜ୍ ସହ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରି ଘଟଣାର ସବିଶେଷ ତଦନ୍ତ ଆରମ୍ଭ କରିଛି ।

jayashree
Leave A Reply

Your email address will not be published.