csstore

ପୋଡ଼ମପେଟା କୂଳ ଲଙ୍ଘିବା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ତଟ-ଉପକୂଳରେ ବଢ଼ୁଥିବା ସମୁଦ୍ର କୂଳ କ୍ଷୟ ଓ କୂଳ ଲଙ୍ଘିବା ଘଟଣାକୁ ନେଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖିଛନ୍ତି । ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତର ୯ଟି ଗ୍ରାମ ଏବଂ ରାମଗଡ଼ ପଞ୍ଚାୟତର ୭ରୁ ଅଧିକ ଗ୍ରାମ ବର୍ତ୍ତମାନ ତୀବ୍ର ସମୁଦ୍ର କୂଳ କ୍ଷୟର ସମ୍ମୁଖୀନ ହେଉଛି । ସମୁଦ୍ର ଦ୍ରୁତ ଗତିରେ ସ୍ଥଳଭାଗକୁ ମାଡ଼ି ଆସୁଥିବାରୁ ଜନବସତି, କୃଷିଜମି ଓ ଜନଜୀବନ ବିପଦରେ ପଡ଼ିଥିବା ନେଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏ ସମ୍ପର୍କରେ ଚିଠି ଲେଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଧାୟକ ଚିଠି ଲେଖି ଜଣାଇଛନ୍ତି ଯେ, ପ୍ରସିଦ୍ଧ ଶୈବପୀଠ ଯାହାକି ଗଞ୍ଜାମ ଜିଲ୍ଲା ହୁମ୍ମା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ବଟେଶ୍ୱର ପୀଠର ସୁରକ୍ଷା ପ୍ରସଙ୍ଗରେ ମତ ଉଠାଇଛନ୍ତି । ସେ କହିଛନ୍ତି, ଯେ ବର୍ତ୍ତମାନର ପରିସ୍ଥିତି ଜାରି ରହିଲେ ବଟେଶ୍ୱର ପୀଠ ସମେତ ଅନେକ ଗ୍ରାମ ସମୁଦ୍ର ଗର୍ଭରେ ବିଲୀନ ହେବାର ଆଶଙ୍କା ରହିଛି । ଏହି ପ୍ରସଙ୍ଗରେ ପୂର୍ବରୁ ସରକାରଙ୍କ ବୈଷୟିକ କମିଟି ସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେଇଥିବା ବେଳେ, ସେହି ସୁପାରିଶକୁ ଆଧାର କରି ସ୍ଥାୟୀ ସମୁଦ୍ର କୂଳ ସୁରକ୍ଷା ପ୍ରକଳ୍ପ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ପ୍ରଦାନ କରି କାର୍ଯ୍ୟ ଆରମ୍ଭ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଛତ୍ରପୁର ବିଧାୟକ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.