csstore

୫୩ କେଜି ଗଞ୍ଜେଇ ଜବତ, ପିକଅପ୍ ଗାଡ଼ି ଜବତ : ଅଭିଯୁକ୍ତ ଫେରାର

ପାଟଣାଗଡ଼ (ଅଶୋକ କୁମାର ବାଗ) : ବଲାଙ୍ଗଶର ଜିଲ୍ଲା ପାଟଣାଗଡ଼ ପୋଲିସ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଏକ ବଡ଼ ସଫଳତା ହାସଲ କରିଛି । ଚଢ଼ାଉ ସମୟରେ ପ୍ରାୟ ୫୩ କିଲୋଗ୍ରାମ ଗଞ୍ଜେଇ ସହ ଏକ ପିକଅପ୍ ଭ୍ୟାନ୍‌କୁ ଜବତ କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଥାନା ପୋଲିସ କୁଆବାଉସ ଗ୍ରାମରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଏକ ପିକଅପ୍ ଗାଡ଼ିରୁ ପ୍ରାୟ ୫୩ କେଜି ଗଞ୍ଜେଇ ଜବତ କରିବା ସହ ଗାଡ଼ିଟିକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ତାଙ୍କୁ ଗିରଫ କରିବା ସମ୍ଭବ ହୋଇନଥିଲା । ଜବତ ଗଞ୍ଜେଇ ଓ ପିକଅପ୍ ଭ୍ୟାନ୍‌କୁ ଥାନାକୁ ଆଣି ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରାଯାଇଛି । ଏହି ଘଟଣାରେ ପାଟଣାଗଡ଼ ଥାନାରେ ଏନ୍‌ଡିପିଏସ୍‌ ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଲାଇଥିବା ବେଳେ ସମଗ୍ର ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ପାଟଣାଗଡ଼ ଥାନାଧିକାରୀ ହରିବନ୍ଧୁ ଗଡତ୍ୟା ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.