jayashree

ଦେଓଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ଦଳେଇଙ୍କ ସଭାପତିତ୍ୱରେ ସଭା ଆୟୋଜିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ପଣ୍ଡା, ସମ୍ମାନିତ ଅତିଥି ଭାବେ ଆଲୁମିନି କମିଟିର ସଭାପତି ବସନ୍ତ ଅଗ୍ରୱାଲ, ବନ୍ଧପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ବେହେରା, ପୂର୍ବ ପ୍ରଧାନ ଶିକ୍ଷକ କୁମାର ଷାଣ୍ଢ, ସୁନୀଲ ହରପାଲ, ଦେଓଗାଁ ବ୍ଲକ ବିଆର୍‌ସିସି କବିରାଜ ମାଝି ଓ ଏବିଇଓ ଚୈତନ୍ୟ ଧରୁଆ, ଦେଓଗାଁ ବ୍ଲକ ଅବସରପ୍ରାପ୍ତ ବିଆର୍‌ସିସି ଅଜିତ ମିଶ୍ର ଉପସ୍ଥିତ ଥିଲେ । ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା ସା ଅତିଥି ପରିଚୟ ପ୍ରଦାନ କରିବା ସହିତ ନିଜର ଏକ କବିତା ଆବୃତ୍ତି କରିଥିଲେ । ବ୍ଲକ ବିଜ୍ଞାନ ସଂଯୋଜକ ରାଜକିଶୋର ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମିନତି ସରଭଙ୍ଗ, ହରିପ୍ରିୟା ଧରୁଆ, ସହକାରୀ ଶିକ୍ଷକ ଖଗେଶ୍ୱର ସାହୁ, ଦେବାଶିଷ ବିଶ୍ୱାଳ, ମଣି ରଣା ଓ ଜିତେନ୍ଦ୍ର ପଟେଲ, ଛାତ୍ର ଆଲୋକ ପୋଢ଼ ଓ ଛାତ୍ରୀ ସ୍ନେହା ପୋଢ଼ ତଥା ଉପସ୍ଥିତ ସମସ୍ତ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦେଓଗାଁ ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଧାନ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପରିଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ପଞ୍ଚମନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.