csstore

୧୫୦୦ କେଜିର ଗଞ୍ଜେଇ ନଷ୍ଟ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ୧୫୦୦ କେଜିର ବେଆଇନ ଗଞ୍ଜେଇକୁ ନଷ୍ଟ କରିଛି ଜିଲ୍ଲା ପୋଲିସ । ଏନେଇ ବଲାଙ୍ଗିର ଏସ୍‌ପି ଅଭିଳାଷ ଜି ସୂଚନା ଦେଇ କହିଛନ୍ତି ଯେ, ତୁଷୁରା, ଦେଓଗାଁ ଓ ବଲାଙ୍ଗିର ଟାଉନ ଥାନା ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ କରି ଜବତ କରାଯାଇଥିବା ବେଆଇନ ଗଞ୍ଜେଇକୁ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ପରେ ନଷ୍ଟ କରାଯାଇଛି । ସଦର ଥାନା ଅନ୍ତର୍ଗତ ଝାଙ୍କରପାଲିଠାରେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ଏହି ଗଞ୍ଜେଇକୁ ଧ୍ୱଂସ କରାଯାଇଥିବା ଏସ୍‌ପି ସ୍ପଷ୍ଟ କରିଛନ୍ତି । ବେଆଇନ ନିଶା କାରବାର ବିରୋଧରେ ବଲାଙ୍ଗିର ପୋଲିସର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି । ନିଶା କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଥିବା ସହ ଆଇନ ଭଙ୍ଗକାରୀଙ୍କ ବିରୋଧରେ ଆଗକୁ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଏସ୍‌ପି କହିଛନ୍ତି ।

jayashree
Leave A Reply

Your email address will not be published.