csstore

ଶିକ୍ଷକ ଅଭାବ ଓ ବିଭିନ୍ନ ସମସ୍ୟାକୁ ନେଇ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କୁଇଁବାହାଲ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ମଙ୍ଗଳବାର ଗ୍ରାମବାସୀମାନେ ବିଭିନ୍ନ ସମସ୍ୟାର ପ୍ରତିବାଦରେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷକ ଅଭାବ ଲାଗି ରହିଥିବାରୁ ଛାତ୍ରୀମାନଙ୍କ ପାଠପଢ଼ାରେ ଗୁରୁତର ଭାବେ ବ୍ୟାଘାତ ସୃଷ୍ଟି ହେଉଛି । ଏହାସହ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ଅନିୟମିତତା, ମୌଳିକ ସୁବିଧାର ଅଭାବ ଏବଂ ଅନ୍ୟାନ୍ୟ ପ୍ରଶାସନିକ ସମସ୍ୟା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାରମ୍ବାର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିବାରୁ ବାଧ୍ୟ ହୋଇ ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରିବାକୁ ପଡ଼ିଥିବା ଗ୍ରାମବାସୀ କହିଛନ୍ତି । ଘଟଣାର ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଶିକ୍ଷା ବିଭାଗର ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଥିବାବେଳେ, ଗ୍ରାମବାସୀଙ୍କ ଦାବିର ଶୀଘ୍ର ସମାଧାନ କରାଯିବ ବୋଲି ଆଶ୍ୱାସନ ଦେଇଥିବା ସୂଚନା ମିଳିଛି । ତେବେ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

jayashree
Leave A Reply

Your email address will not be published.