jayashree

ବଲାଙ୍ଗିର ଜିଲ୍ଲା ସିଭିଲ ସୋସାଇଟିର ବୈଠକ 

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜେଏସ୍‌ଏମ୍ କଲେଜ ଠାରେ ବଲାଙ୍ଗିର ଜିଲ୍ଲା ସିଭିଲ୍ ସୋସାଇଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କୁ ଏକଜୁଟ୍ କରି ବଲାଙ୍ଗିରରେ ରାସ୍ତାଘାଟ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଡ୍ରେନେଜ, ବଦ୍ୟୁତକାଟ୍ ସମସ୍ୟାକୁ ନେଇ ସିଭିଲ୍ ସୋସାଇଟି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ବର୍ତ୍ତମାନ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର)ର ସଠିକ ପରିଚାଳନା ଏବଂ ଜିଲ୍ଲା ସିଭିଲ୍ ସୋସାଇଟିର ସମ୍ବିଧାନ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା । ଇଂ. ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ଓ ଶିକ୍ଷାବିତ୍ ମନୋରଂଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋପ ଭୂଷଣ ନାଥ, ମନୋରଂଜନ ପୁରୋହିତ, ପ୍ରସନ୍ନ କୁମାର ମିଶ୍ର ପ୍ରମୁଖ ମଂଚାସୀନ ରହି ବଲାଙ୍ଗିର ଜିଲ୍ଲା ସିଭିଲ୍ ସୋସାଇଟିର ସମଭାବାପନ୍ନ ବ୍ୟକ୍ତି ବିଶେଷଙ୍କୁ ନେଇ ସଭ୍ୟ ସଂଖ୍ୟା ବୃଦ୍ଧି କରିବା ଉପରେ ଜୋର ଦେଇଥିଲେ । ସଂଘର ଆଜୀବନ ସଦସ୍ୟା ଭାବରେ ସ୍ୱରୂପା ରାଣୀ ଠାକୁର ସଦସ୍ୟତା ଗ୍ରହଣ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନୋରଂଜନ ମିଶ୍ର, ବିମଳ ଚୋପଦାର, ପୀତବାସ ପଣ୍ଡା, ସିଏ ଶ୍ରୀକାନ୍ତ ଶର୍ମା, ରଘୁ ନନ୍ଦନ ସିଂହ, ଦିବାକାର ହୋତା, ରବିନାରାୟଣ ସାହୁ, ଅରୁଣ ନାଥ, ଆନନ୍ଦ ମିଶ୍ର, ସ୍ୱରୂପା ରାଣୀ ଠାକୁର, ସନ୍ତୋଷୀ ମେହେର, ସଚଳା ମେହେର, ଲିଲି ପଟେଲ, ପବିତ୍ର ଦାଶ, ଶଙ୍କର ପାଣିଗ୍ରାହୀ, ବିଶ୍ୱନାଥ ତ୍ରିପାଠୀ ପ୍ରମୁଖ ସମ୍ବିଧାନ ଓ ଉପଯୁକ୍ତ ସଭ୍ୟ ଚୟନ ଉପରେ ଆଲୋଚନାରେ କରିଥିଲେ ।

Leave A Reply

Your email address will not be published.