csstore

ପଦ୍ମପୁର ଆଦର୍ଶ ଥାନାର ଆଦର୍ଶ ଏଏସ ଆଇ ସନ୍ତୋଷ ସାହୁଙ୍କ ଅବସର ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଆଦର୍ଶ ଥାନାରେ କାର୍ଯ୍ୟରତ ସନ୍ତାନ ସାହୁ ଆଜି ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସନ୍ତୋଷ ସାହୁଙ୍କୁ ଥାନା ତରଫରୁ ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବରଙ୍କ ଓ ଥାନା ଅଧିକାରୀ କେ ସମାରିଆଙ୍କ ଉପସ୍ଥିତିରେ ଥାନା ଅଧିକାରୀ ଓ ସମସ୍ତ ସହ କର୍ମଚାରୀ ପ୍ରଶଂସିତ ମାନପତ୍ର ଓ ଉପଢ଼ୌକନ ଦେଇ ବିଦାୟ ଦିନ ପାଳନ କରାଯାଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଂଚଳରେ ଜନ୍ମଗ୍ରହଣ କରିଥିଲେ ବି ବରଗଡ଼ ଜିଲ୍ଲା ଅତାବିରା ଥାନାରୁ ଚାକିରି ଜୀବନ ଆରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ ଥାନାରେ ଜଣେ ଦକ୍ଷ କର୍ମଚାରୀ ଭାବରେ କାମ କରି ଶେଷ ପାଞ୍ଚ ବର୍ଷ ପଦ୍ମପୁର ଆଦର୍ଶ ଥାନାରେ କାର୍ଯ୍ୟ ଶେଷ କରିବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି । ପଦ୍ମପୁରରେ ଦୀର୍ଘ ପାଞ୍ଚ ବର୍ଷ ଧରି ଦକ୍ଷତା ସହ କାର୍ଯ୍ୟ କରିଥିବାରୁ ସର୍ବସାଧାରଣରେ ପ୍ରଶଂସିତ ହେଉଥିଲେ । ପୋଲିସ ଚାକିରି କରୁଥିଲେ ଯେଉଁଠି ସାଧାରଣ ଲୋକ ପୋଲିସକୁ ବିଶ୍ୱାସ କୁ ନେଉନଥିବା ବେଳେ ସନ୍ତୋଷ ସାହୁ ପଦ୍ମପୁର ସହରର ତଥା ପାଖଆଖ ଅଂଚଳର ଜନସାଧାରଣଙ୍କ ସହ ବିଶ୍ୱାସ ବଢାଇବାରେ ସଫଳ ହୋଇପାରିଥିଲେ । ଆଜି ତାଙ୍କ ଚାକିରି ଜୀବନରେ ପହଡ଼ ପଡିଛି । ପୋଲିସ ଚାକିରି ସମୟରେ କେତେ ଭଲ କେତେ ଖରାପ୍ କାମ କରିଛନ୍ତି ତାହାର ଜୀବନ୍ତ ରୂପ ହେଉଛି ପଦ୍ମପୁର ଆଦର୍ଶ ଥାନାର ପାଞ୍ଚ ବର୍ଷ । ପଦ୍ମପୁର ଥାନାରେ କାର୍ଯ୍ୟରତ ଥିବା ସମୟରେ ଅତି ସାଧାରଣରୁ ସାଧାରଣ ଲୋକ ହୁଅନ୍ତୁ ବା ସମାଜର ଗଣ୍ୟମାନ୍ୟ ବ୍ୟକ୍ତି କିମ୍ବା ବରିଷ୍ଠ ନାଗରିକ ଥାନାକୁ କାମରେ ଆସିଲା ମାତ୍ରକେ ଖୋଜା ପଡ଼ନ୍ତି ସାହୁ ବାବୁ । ପଦ୍ମପୁର ସହରର ଦୂର୍ଗାପୂଜା ହେଉକି ଶୀତଳଷଷ୍ଠୀ, ଗଣେଶ ପୂଜା ହେଉକି କାଳି ପୂଜା କିମ୍ବା ବିଭିନ୍ନ ସଭାସମିତି ଏହି ଏ ଏସ ଆଇ ସନ୍ତୋଷ ସାହୁ ଅତି ସହଜରେ ସାମିଲ ହୋଇ ଶାନ୍ତି ଶୃଙ୍ଖଳା ସହ ସମସ୍ତ କାର୍ଯ୍ୟ ସମାପନ କରିଥାନ୍ତି । ତାଙ୍କ ଅବସର ଗ୍ରହଣ ସମୟ ହୋଇଥିବାରୁ ପଦ୍ମପୁର ଆଦର୍ଶ ଥାନା ଅଂଚଳର ଜନସାଧାରଣ ଏଭଳି ଏକ ଆଦର୍ଶ କର୍ମଚାରୀଙ୍କୁ ସବୁଦିନ ମନେ ରଖିଥିବେ । ତାଙ୍କ ଅବସର ସମୟ ଭଲରେ ଅତିବାହିତ ହୋଇ ସୁସ୍ଥ ଜୀବନ ଅତିବାହିତ ହେଉ ବୋଲି ସହରର ଅନେକ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

jayashree
Leave A Reply

Your email address will not be published.