csstore

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ସୁବାସ ମହାପାତ୍ରଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ କବିତା ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ପରିବର୍ତ୍ତନଶୀଳ ପରିବାର ଗଠନ ଶୈଳୀ ଓ ତହିଁରେ ଆମ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକାରୀ ସଭାପତି ଇଂ. ସୁବାସ ମହାପାତ୍ର ଅତିଥି ପରିଚୟ ସଙ୍ଗେ ସଙ୍ଗେ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ, ପରିବାର ମଧ୍ୟରେ ସମସ୍ତେ ସମାନ । ଯାହା ସାମ୍ୟବାଦର ବାର୍ତ୍ତା ବହନ କରେ । ସେହିପରି ବାହାଘରର ସପ୍ତପଦ ମର୍ମ ତଥା ବୈଦିକ ପରମ୍ପରା ଓ ପାଶ୍ଚାତ୍ୟ ପରମ୍ପରାର ତୁଳନାତ୍ମକ ବିଶ୍ଳେଷଣ କରିବା ସହ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଇସ୍ପାତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପରିବାରର କର୍ତ୍ତା ଘରର ଶୃଙ୍ଖଳା ସହ ଦାୟିତ୍ଵ ବଣ୍ଟନ ଓ ପରିବାରରେ ଆମ୍ଭମାନଙ୍କର ଦାୟିତ୍ୱବୋଧ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପରେ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ “ଭୋଜି “ଶୀର୍ଷକ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସବିତା ପରିଡା ଓ ସୁଶ୍ରୀ ଶ୍ରେୟସୀ ସାହୁଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଦିପ୍ତୀ ମହାନ୍ତି, ସୁଭାଷିନୀ ସାହୁ, ପ୍ରିୟାଂଶୀ ନାୟକ, ବଳରାମ ଦାଶ, ସଂଯୁକ୍ତା ଦାଶ, ଗୌତମ ଦାସ, ବ୍ରଜେନ୍ଦ୍ର ଦାଶ, ପ୍ରତାପ ରୁଦ୍ର ତ୍ରିପାଠୀ, ତାରିଣୀ ଚରଣ ସାହୁ, ଅଜୟ କୁମାର ପାଣି, ସୁଶାନ୍ତ କୁମାର ନାୟକ, ପୀତବାସ ପ୍ରଧାନ, ଅଶୋକ କୁମାର ପଟ୍ଟନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ ଓ ସୁଶ୍ରୀ ଶ୍ରେୟସୀ ସାହୁ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖିଥିଲେ । ଶେଷରେ ପ୍ରିୟା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଭୁଦତ୍ତ ବେହେରା, ପ୍ରଭାସିନୀ ଦାଶ, ତାପସ ସାହା, ନିରୁପମା ଚାନ୍ଦ, କମଳ ଆଚାର୍ଯ୍ୟ, ପୀତବାସ ପ୍ରଧାନ, ରମେଶ ଚନ୍ଦ୍ର ସାହୁ, ପ୍ରକାଶ ଚନ୍ଦ୍ର ପାଢୀ, ଶରତ ଚନ୍ଦ୍ର ରାଉତ, ଗୌତମ ଦାସ, ଶ୍ରୀକାନ୍ତ ପାଣିଗ୍ରାହୀ, ଶରତ କୁମାର ସ୍ୱାଇଁ, ଉମା ଶଙ୍କର ତିୱାରୀ, ଗୀତାଞ୍ଜଳି ମହାରଣା, କୌଶଲ୍ୟା ମହାରଣା, ପ୍ରଭାସିନୀ ସାହୁ, ପ୍ରଭାସିନୀ ଦାଶ, ଭୁବନେଶ୍ୱରୀ ମହାପାତ୍ର, ରାଜଲକ୍ଷ୍ମୀ ସେନାପତି, ରବୀନ୍ଦ୍ର ଠାକୁର, ଜୟା ବଡାଇକ, ଅଜୟ ମହାନ୍ତି, ରମେଶ ଚନ୍ଦ୍ର ସିଂହ, ଅରୁଣା ମହାରଣା, ଅନିଲ କୁମାର ଦାଶ, ଡ.ସୁବାସ ଚନ୍ଦ୍ର ଲେଙ୍କା, ବିଷ୍ଣୁ ଚରଣ ସାହୁ, ବସନ୍ତ କୁମାର ମହାରଣା, ଶ୍ରେୟାଂଶି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.