csstore

ବଲାଙ୍ଗିରରେ ବଡ ଅଭିଯୋଗ : ମହିଳାଙ୍କୁ ଜୀବନରେ ମାରିଦେବାକୁ ଧମକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୀବନରେ ମାରିଦେବାକୁ ଧମକ । ଆଉ ଏହି ଘଟଣାକୁ ନେଇ ଟାଉନ ଥାନାରେ ଜଣେ ମହିଳାଙ୍କ ଅଭିଯୋଗ । ମହିଳା ଜଣକ ନରବିସ୍‌ ବେଗମ୍‌ ସେ ସହରର ଶ୍ରୀରାମ ନଗରର ବାସିନ୍ଦା । ତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ତାଙ୍କୁ ଓ ତାଙ୍କ ଝିଅକୁ ଛାଡ଼ି ଆଜିକୁ ୧୨ ବର୍ଷ ହେଲାଣି ସେ ଅଲଗା ଝିଅ ସହ ହର୍ଡାଟାଲରେ ରହୁଛନ୍ତି । ଏବେ କିନ୍ତୁ ସେ ଝିଅ ମୋ ସ୍ୱାମୀକୁ ଧରି, ସୁନା ଗହଣା କୁଆଡେ଼ ମୋ ସ୍ୱାମୀ ଆମକୁ ଦେଇଥିବା ନେଇ କହି ଆମ ପାଖକୁ ଆସି ଜୀବନରେ ମାରିଦେବାକୁ ଧମକ ଦେବା ସହ ମୋ ଝିଅ ଓ ମୋତେ ନିସ୍ତୁକ ମାଡ଼ ମାରିଛି ବୋଲି କହି ମହିଳା ଜଣକ କୋହଭରା କଣ୍ଠରେ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବଲାଙ୍ଗିର ଟାଉନ ଥାନା ପୋଲିସ ଘଟଣାର ଉଚିତ୍‌ ତଦନ୍ତ କରିବା ସହ ଦୋଷୀ ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହିଳା ଜଣକ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.