
ଲାଠିକଟା, (କେପିଏନ୍ଏସ୍) : ଲାଠିକଟା ବ୍ଲକ ଅନ୍ତର୍ଗତ ଜଡ଼ାକୁଦର ଗାମପଂଚାୟତ ଠାରେ ନୂତନ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗଦାନ କରିଥିଲେ । ଜିଲ୍ଲା ପରିଷଦ (ଖ) ସଂଜୁକ୍ତା ବିନ୍ଦୁ ବାର୍ଲା, ଜିଲ୍ଲା ପରିଷଦ ଦିଲୀପ କୁମାର ଖେସ, ବିରଡ଼ା ସେକ୍ସନ ବନବିଭାଗର ଫରେଷ୍ଟର ମନ୍ଦିରା ମୁଣ୍ଡା, ଫରେଷ୍ଟଗାର୍ଡ- ୟଶୋଦା ମହାନ୍ତ, ସରପଂଚ ପ୍ରତୀଭା ମାଝୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସମସ୍ତ ପଂଚାୟତବାସୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନାର ଲାଭ ପାଇ ପାରିବେ ତା ପାଇଁ ମିଳିମିଶି କାମ କରିବା ବୋଲି କହିଥିଲେ । ଜଡ଼ାକୁଦର ପଂଚାୟତରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ପଂଚାୟତବାସୀଙ୍କ ସହଯୋଗ ପାଇଁ ସମସ୍ତ ଅତିଥି ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦୁଇବର୍ଷ ଭିତରେ ପଂଚାୟତରେ ସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ କଂକ୍ରିଟ ରୋଡ, କଂକ୍ରିଟ ନାଳ, ଅଙ୍ଗନବାଡ଼ି ଗୃହ, କମ୍ୟୁନିନିଟ ସେଂଟର, ପ୍ରତ୍ୟେକ ଘରକୁ ସ୍ୱଚ୍ଛ ଗାଢ଼ି ବୁଲି ଅଳିଆ ଆବର୍ଜନା ଗ୍ରହଣ କରିବା ଓ ଅନ୍ୟାନ୍ୟ କାର୍ଯ୍ୟର ସମ୍ପୂର୍ଣ୍ଣ ବିବରଣୀ ପଂଚାୟତ ଜନସାଧାରଣଙ୍କୁ ଦିଆଯାଇଥିଲା । ୫ ଜଣଙ୍କୁ ନୂତନ ଭତା ବଂଟନ କରାଯାଇଥିଲା । ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ସମସ୍ତ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମଲୋଚନ ସିଂହଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ଏକ ନିଆରା ଢ଼ଙ୍ଗରେ ଗ୍ରାମବାସୀମାନଙ୍କୁ ପରିବେଶ ସୁରକ୍ଷା ପାଇଁ ଗଛ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍ୱାସ୍ଥ୍ୟ ବିଭାର ଅମୀୟ ରଂଜନ ବହିଦାର, କୃଷି ବିଭାଗର ଚନ୍ଦ୍ରଭାସ ନାଏକ, ପ୍ରଦୀପ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମଲୋଚନ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
