jayashree

ଆଦର୍ଶ ଶିକ୍ଷକ ନରହରି ସାହୁଙ୍କ ପରଲୋକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଧୁଣ୍ଡିମହୁଲ କଲୋନୀପଡ଼ା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନରହରି ସାହୁଙ୍କ ନିଜ ଗ୍ରାମ ଧୁଣ୍ଡିମହୁଲ ବାସଭବନରେ ପରଲୋକ ହୋଇଯାଇଛି । ସେ କିଡନୀ ଏବଂ ହୃଦରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ । ସ୍ୱର୍ଗତ ନରହରି ସାହୁ ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର) ସଂଘର ସଭାପତି ଏବଂ ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର) ସଂଘର କାର୍ଯ୍ୟକାରୀ ସଭପତି ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । ସେ ଜଣେ ଜଣାଶୁଣା, ମେଳାପି, ମିଷ୍ଟଭାଷୀ, କର୍ମଠ, ଛାତ୍ରବତ୍ସଳ, ସ୍ନେହୀ ତଥା ଆଦର୍ଶ ଶିକ୍ଷକ ଥିଲେ । ତାଙ୍କର ବିୟୋଗରେ ଶିକ୍ଷକ ମହଲରେ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମର ଶରୀର ନିକଟରେ ତାଙ୍କର ସହଧର୍ମିଣୀ, ଏକ ମାତ୍ର ପୁତ୍ର ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଶବଦାହ ସମୟରେ ତାଙ୍କର ଏକ ମାତ୍ର ପୁତ୍ର ଦ୍ରୋପଦ ରଞ୍ଜନ ସାହୁ ମୁଖାଗ୍ନି ପ୍ରଦାନ କରିଥିଲେ । ବଙ୍ଗୋମୁଣ୍ଡା ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରା, ସମ୍ପାଦକ ତଥା ରାଜ୍ୟ ପ୍ରାଥମିକ ଶିକ୍ଷକ ଶିକ୍ଷକ (ଏକ୍ସ କ୍ୟାଡ଼ର) ମହାସଂଘ ତଥା ବଲାଙ୍ଗିର ଜିଲ୍ଲା (ଏକ୍ସ କ୍ୟାଡ଼ର) ସଂଘର ସଭାପତି ଜୟନ୍ତିଲାଲ ସାହୁ ଓ କୋଷାଧ୍ୟକ୍ଷ ତଥା ଜିଲ୍ଲା ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ଅମିୟ କୁମାର ନାଗ ଅନ୍ତ୍ୟେଷ୍ଟି କ୍ରିୟା ସମୟରେ ଉପସ୍ଥିତ ରହି ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଶିକ୍ଷକ ସମାଜ ପାଇଁ ଅପୂରଣୀୟ କ୍ଷତି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପ୍ରାଥମିକ ଶିକ୍ଷକ ମାନଙ୍କ ମଧ୍ୟରେ ନଳ ଭୋଇ, ହେମନ୍ତ ଭୋଇ, କଞ୍ଚନ ବି ଏଲ୍ କୁମ୍ଭାର, ପ୍ରେମଚନ୍ଦ୍ର ତାଣ୍ଡି, ଦିଲୀପ ପ୍ରଧାନ, ଭବାନୀ ସୁନା, ବିଜୟ ପ୍ରଧନୀ, ରସିକ ପୁଞ୍ଜି, ରାଜକିଶୋର ଥପା, ଧର୍ମୁ ହଂସ୍, ମନୋଜ ଭରାସଗରିଆଙ୍କ ସହ ଆତ୍ମୀୟ, ପରିଜନ ଏବଂ ବନ୍ଧୁ ମାନଙ୍କ ମଧ୍ୟରେ ବିଜୟ ସାହୁ ଉପସ୍ଥିତ ଥିଲେ । ବଙ୍ଗୋମୁଣ୍ଡା ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ବୈକୁଣ୍ଠ ଶବର, ଏବିଇଓ ଅରୁଣ ଯୋଶୀ, ସୋମନାଥ ମଙ୍ଗରାଜ, ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର) ମହାସଂଘର କାର୍ଯ୍ୟକାରୀ ସଭାପତି ଅଲେଖ ସାହୁ, ମହାସଚିବ ବିଶ୍ଵରଞ୍ଜ ଦାଶ, ଉପ ସଭାପତି ସପ୍ତମ କିଶୋର ବେହେରା, ରାଜ୍ୟ ସାଧାରଣ ସମ୍ପାଦକ ହାନେଶ ପାତ୍ର ବାଘ, ରାଜ୍ୟ ମିଡ଼ିଆ ସଂଯୋଜକ ତଥା ସଭାପତି ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର) ସଙ୍ଘ ବୌଦ୍ଧ ଓ ଜିଲ୍ଲାର ସମସ୍ତ ବ୍ଲକ ସଙ୍ଘ ଜିଲ୍ଲା କର୍ମକର୍ତ୍ତା ଓ ରାଜ୍ୟ ମହାସଂଘର ସମସ୍ତ କର୍ମକର୍ତ୍ତା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ ।

Leave A Reply

Your email address will not be published.