jayashree

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ବିଜେଡିକୁ ଲାଗିଲା ବଡ଼ ଝଟକା : ବିଜେପିରେ ଶତାଧିକ କର୍ମୀ ସାମିଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବିଜେଡିକୁ ଲାଗିଛି ଏକ ବଡ଼ ଝଟକା ଲାଗିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଏକ ବିଶାଳ ମେଗା ରକ୍ତଦାନ ଶିବିରରେ ବିଜେପିରେ ଶତାଧିକ କର୍ମୀ ସାମିଲ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମ ବ୍ଲକ ସୁବଳିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ କେଦାର ନାଥ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ଶାନ୍ତନୁ କୁମାର ନାହାକ, ପୂର୍ବତନ ନାଏବ ସରପଞ୍ଚ କୈଳାଶ ନାହାକଙ୍କ ସମେତ ଶତାଧିକ ବିଜେଡି କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ଛତ୍ରପୁର ବିଧାୟକ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲତୋଡ଼ା ପ୍ରଦାନ କରି ବିଜେପିରେ ସ୍ୱାଗତ କରିଥିଲେ । ନବାଗତମାନେ ଆଗାମୀ ଦିନରେ ବିଜେପି ଦଳର ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଜନସେବାରେ ସକ୍ରୀୟ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.