ଭାଜପାର ତିନି ଘଣ୍ଟିଆ ଚକା ଜାମ

ଟିଟିଲାଗଡ, ( ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡରେ ମଣ୍ଡିକୁ ନେଇ ଚାଷୀ ହତାସ ହୋଇ ବସିଲେଣି । ମଣ୍ଡି ଗୁଡିକରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡିରହିଥିବା ବେଳେ ଟାର୍ଗେଟ ସରିଯାଇଥିବା ପେକ୍ସ ସେକ୍ରେଟାରୀ କହନ୍ତି । ଅନ୍ୟପଟେ କିଛି ଚାଷୀଙ୍କୁ ଟୋକନ୍ ମିଳିନଥିବା ବେଳେ ଯେଉଁ ମାନଙ୍କୁ ଟୋକନ ମିଳିଛି ସେମାନଙ୍କ ଧାନ ମଣ୍ଡିରୁ ନ ଉଠିବା ଯୋଗୁଁ ଟୋକନ ଲେପ୍ସ ହୋଇ ଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି । ଟିଟିଲାଗଡ ଉପଖଣ୍ଡରେ ଧାନ ମଣ୍ଡିରେ ଧାନ ପଡ଼ିଥିବା ଯୋଗୁଁ ଧାନ ଉଠାଇବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିଛି ବିଜେପି । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରତୀୟ ଜନତା ପାର୍ଟି ତରଫରୁ ଚକା ଜାମ କରାଯାଇଥିଲା । ଏଥିରେ ଟିଟିଲାଗଡ ଥାନା ଅନ୍ତର୍ଗତ ଦେଶିଲ ନିକଟରେ ଜାତୀୟ ରାଜପଥ ୫୯କୁ ଅବରୋଧ କରି ଚକାଜାମ କରିଥିଲା । ଟିଟିଲାଗଡ ଭାଜପା ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଭାଜପା ମିଡ଼ିଆ ପ୍ରଭାରୀ ଆଲୋକ ନାୟକ, ନରସିଂହ ସିଂ, କୁନା ଭାଟି, ଛାତ୍ର ନେତା ଶୁଭମ ଆଚାର୍ୟ୍ୟଙ୍କ ନେତୃତ୍ୱରେ ଚନ୍ଦନ ପଣ୍ଡା ଆଦି ବିଭିନ୍ନ ଛାତ୍ର ଓ ଭାଜପା କାର୍ୟ୍ୟକର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.