jsm

ସଇଁନ୍ତଲା ବ୍ଲକରେ ୨ଟି ଜାଗାରେ ଚକା ଜାମ କାର୍ୟ୍ୟକ୍ରମ : ଜଳଜଳ ହୋଇ ଦିଶିଲା ବ୍ଲକ ବିଜେପି ମଧ୍ୟରେ ଫାଟ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚାଷୀ ସମସ୍ୟାର ସମାଧାନ ଦାବୀରେ ଆଜି ପ‌ଶ୍ଚିମ ଓଡ଼ିଶାରେ ବିଜେପି ପକ୍ଷରୁ ଦିନ ୧୦ଟାରୁ ୧ଟା ରା‌ସ୍ତା ରୋକ ଚାଲିଥିଲା । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଜାତୀୟ ରାଜପଥ ୨୬ ବରଗାଁ ଠାରେ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଚକାଜାମ ହୋଇଥିବା ବେଳେ ଅନ୍ୟପଟେ ବଲାଙ୍ଗିର ସାଂସଦ‌ଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ସ୍ଥାନୀୟ ନବୀନ ଛକ ଠାରେ ଚକାଜାମ କରାଯାଇଥିଲା । ବିଜେପି ପକ୍ଷରୁ କୁହାଯାଇଛି, ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଥିବା ଯୋଗୁଁ ଚାଷୀ ମୁଣ୍ଡରେ ଚିନ୍ତା ବଢ଼ିବାରେ ଲାଗିଛି । କି‌ନ୍ତୁ ଚାଷୀ‌ଙ୍କ ଧାନ ଉଠୁନାହିିଁ । ଅନ୍ୟପଟେ ଗୋଟିଏ ବ୍ଲକରେ ଦୁଇଟି ‌ସ୍ଥାନରେ ରା‌ସ୍ତାରୋକ ହୋଇଥିବା ଯୋଗୁଁ ବ୍ଲକ ବିଜେପି ମଧ୍ୟରେ ଫାଟ ରହିଥିବା ଜଳଜଳ ହୋଇ ଦିଶୁଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଦୀର୍ଘ ଦିନ ପରେ ଲୋକଙ୍କ ପାଇଁ ଲଢେଇ କରୁଥିବା ଆଶାୟୀ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁର ଏବେ ଚାଷୀଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇ ଥିବା ବେଳେ ନବୀନ ଛକ ଠାରେ ଗୁଡ଼ଭେଲା ବ୍ଳକ ଅଧ୍ୟକ୍ଷ ତଥା ବିଜେପି ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ଦୋରା, ସ୍ଥାନୀୟ ସରପଞ୍ଚ ଭୀମ ସେନ ସ୍ୱାଇଁ, ଶିଷକେଲା ମଣ୍ଡଳ ସଭାପତି ଦୈତାରୀ ଭୋଇ, ସାଂସଦଙ୍କୁ ପ୍ରତିନିଧି ଆଶିଷ ସାହୁ, ପ୍ରେମା ସ୍ୱାଇଁ, ଦର୍ଶନ ପଧାନ, ସରୋଜ ସାହୁ, ସାରଦା ନନ୍ଦ, ରାଜେଶ ସାହୁ, ବୁବୁନ ପାଣିଗ୍ରାହୀ, ବିନୟ ସାହୁ, ଦାମୋଦର ଭୋଇ, ବିନୟ ଭୋଇ ପ୍ରମୁଖ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ବରଗାଁ ଛକ ଠାରେ ବେଲଗାଁ ମଣ୍ଡଳ ସଭାପତିଙ୍କ ସଭାପତିତ୍ବରେ କବିରାଜ କଠାର, ଚୁଲା ଚନ୍ଦ୍ର ଥପା, ମନୋଜ ମେହେର, ରାମ କୁମାର କଲତ, ବିଜୁ ସାହୁ, ଦୁଃଖୀଶ୍ୟାମ ରଣା, ଅକ୍ଷୟ ନାଗ, କରୁଣାସିନ୍ଧୁ ପସାୟତ, ଦାଉଦ ନନ୍ଦ, ଲବେନ୍ଦ୍ର ବେହେରା, ଚନ୍ଦ୍ର କୁମ୍ଭାର, ରୁନ୍ଦ୍ର କୁମ୍ଭାର, ଖୋର୍ଦ୍ଧା ରଣା ସମେତ ବିଜେପି ଦଳର ଶତାଧିକ କର୍ମୀ ସାମିଲ ହୋଇଥିଲେ । ଅନ୍ୟପଟେ ସଇଁନ୍ତଳା ବ୍ଳକରେ ବିଜେପି ଦଳ ମଧ୍ୟରେ ଅନ୍ତଃକଳହ ଚାଲୁଥିବା ଆଲୋଚନା ହେଉଛି । ତେବେ ରା‌ସ୍ତା ରୋକ ଫଳରେ ଗାଡି ମଟର ଚଳାଚଳ ଠପ୍‌ ହୋଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

yuvodaya
Leave A Reply

Your email address will not be published.