jayashree

ଉତ୍କଳ ବିଦ୍ୟାରତ୍ନ ସମ୍ମାନ ପାଇଲେ ଡ. କୁଞ୍ଜଲତା ପ୍ରଧାନ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବଲପୁର ତପସ୍ୱିନୀ ଅଡିଟୋରିଅମ ଠାରେ ଓଡିଶା ମହା ଉତ୍ସବରେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିଦ ଡ଼. କୁଞ୍ଜଲତା ପ୍ରଧାନଙ୍କୁ ଉତ୍କଳ ବିଦ୍ୟାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ହେପି ମୋମେଣ୍ଟ ଇଣ୍ଡିଆ ଦ୍ୱାରା ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ପ୍ରତିଷ୍ଠାତା ଡ଼. ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସିନେ ଅଭିନେତା ବେଣୀମାଧବ ବେଦବାକ, ବିଶିଷ୍ଟ ସମ୍ବଲପୁରୀ ନୃତ୍ୟଗୁରୁ ଆଲୋକ ପଣ୍ଡା ଉତ୍କଳ ସମ୍ମାନରେ ସମ୍ମାନିତ କରିଥିଲେ । ଉକ୍ତ ସମାରୋହରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ସାହିତ୍ୟିକ, ଗବେଷକ, ଶିକ୍ଷାବିଦ, ସମାଜସେବୀ, କଳାକାର ଏହି ଅବସରରେ ଉପସ୍ଥିତ ଥିଲେ । ଡ଼. ପ୍ରଧାନଙ୍କ ଭବିଷ୍ୟତ ସଫଳତା କାମନା କରିଥିଲେ । ଡ଼. ପ୍ରଧାନଙ୍କ ଏହି ସଫଳତା ଅଞ୍ଚଳବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.