jayashree

ନାବାଳିକା ଝିଅ ସହ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ବାପା ଗିରଫ

ବରଗଡ, (ମୁନ୍ନା ସାହୁ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ପୁଲିସ ଅଭିଯୁକ୍ତ ବାପାଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ ଗାଇସିଲେଟ ଥାନା ବ୍ରାହ୍ମଣମାଲ ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ନାଁରେ ନିଜ ନାବାଳିକା ଝିଅ ସହ ଅସଦାଚରଣ ଓ ଦୁଷ୍କର୍ମ ନେଇ ଗାଇସିଲେଟ ଥାନାରେ ଅଭିଯୋଗ କରିଥିଲେ । ତେବେ ଘଟଣାର ଗୁରୁତ୍ୱକୁ ନେଇ ଗାଇସିଲେଟ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିବା ସହ ଗାଇସିଲେଟ ଥାନା କେସ୍ ନଂ-୧୪୦, ତାରିଖ ୨୦/୦୬/୨୦୨୬ ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତା ଓ ପୋକ୍ସୋ ଆଇନର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିବା ସୂଚନା ରହିଛି ।

Leave A Reply

Your email address will not be published.