jayashree

ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

  • ପ୍ରତ୍ୟେକ ଗ୍ରାମ ତଥା ଘରକୁ ଯୋଗର ବାର୍ତ୍ତା ପହଞ୍ଚୁ : ବିଧାୟକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସଦର ମହକୁମା ସ୍ଥିତ ସ୍ମାର୍ଟ ପାର୍କ ଠାରେ ପତଞ୍ଜଳି ଜିଲ୍ଲା ଯୋଗ ପରିବାର, ଆୟୁଷ ମନ୍ତ୍ରଣାଳୟ ଭାରତ ଓ ଦିବ୍ୟ ଉର୍ଜ୍ଜ୍ୟା ଯୋଗ ସେବା ସମିତିର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଆଗାମୀ ୨୧ ଜୁନ ହେବାକୁ ଥିବା ବିଶ୍ୱ ଯୋଗ ଦିବସକୁ ସବୁ ବର୍ଗର ଲୋକଙ୍କୁ ରେକର୍ଡ ସଂଖ୍ୟାରେ ଯୋଡ଼ି ମହା ସମାରୋହରେ ପାଳନ ଓ ଏହାକୁ ବ୍ୟାପକ କରିବାକୁ ଆଜି ଏହି ଉତ୍ସବରେ ଯୋଜନା ପ୍ରସ୍ତୁତି କରାଯାଇଛି । ଆଜିର ଏହି ପ୍ରଶିକ୍ଷଣ ଶିବିର ଓ ଜୁନ୍ ୨୧ରେ ପାଳନ ହେବାକୁ ଥିବା ବିଶ୍ଵ ଯୋଗ ଦିବସ ପାଇଁ ଆଜିର ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଉପସ୍ଥିତ ରହି ନିଜର ଜୀବନକୁ ସୁନ୍ଦର ଓ ସ୍ୱାସ୍ଥ୍ୟବାନ ହେବାକୁ ପ୍ରତି ବ୍ୟକ୍ତି ପ୍ରତି ଦିନ ଯୋଗ ପ୍ରାଣାୟମ ଆପଣେଇବାକୁ ପଡିବ ବୋଲି କହିଥିଲେ । ଜୁନ ୨୧ ଆଗାମୀ ବିଶ୍ୱ ଯୋଗ ଦିବସକୁ ଭବ୍ୟ ଓ ଯୋଗମୟ ଜିଲ୍ଲା କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏବଂ ପ୍ରତ୍ୟେକ ଗ୍ରାମ ତଥା ପ୍ରତ୍ୟେକ ଘରକୁ ଯୋଗର ବାର୍ତ୍ତା ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ପ୍ରତି ଯୁବବର୍ଗ ଙ୍କୁ ଯୋଗରେ ଯୋଡିବାକୁ ପରାମର୍ଶ କରିଥିଲେ । ସଭା ଶେଷରେ ଶ୍ରୀ ଗୋପାଳଜୀ ଯୋଗାଳୟର ବରିଷ୍ଠ ଯୋଗୀ ନିରଞ୍ଜନ ତ୍ରିପାଠୀ ଯୋଗର ପ୍ରଚାର ପ୍ରସାରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଶେଷରେ ଦିବ୍ୟ ଉର୍ଜା ଯୋଗ ସମିତି ଓ ଦିବ୍ୟ ଶକ୍ତି ମହିଳା ଯୋଗ ସମିତି ତରଫରୁ ଯୋଜନା ବୋର୍ଡ ଅଧକ୍ଷ ଇଂ. ଜଗଦଲାଙ୍କୁ ନୂତନ ଯୋଗ ମଣ୍ଡପ ପ୍ରତିଷ୍ଠା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଯୋଗ ପ୍ରଶିକ୍ଷକ ତଥା ସମାଜ ସଂସ୍କାରକ ମନୋଜ ପଣ୍ଡା, ଯୋଗ ସାଧିକା ଅର୍ଚ୍ଚନା ମିଶ୍ର ଓ ଦେବ ରଞ୍ଜନ ତ୍ରିପାଠୀ ସମସ୍ତଙ୍କୁ ଯୋଗ ପ୍ରୋଟୋକଲ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦିବ୍ୟ ଉର୍ଯ୍ୟା ଯୋଗ ସମିତି ସଂପାଦକ ଶ୍ରୀବନ୍ତ ମିଶ୍ର, ଜ୍ଞାନ ରଞ୍ଜନ ମିଶ୍ର, ମନ ରଞ୍ଜନ ମିଶ୍ର, ପର୍ଶୁରାମ ବଡ଼ମାଳୀ, ଉମାକାନ୍ତ ମେହେର, ଆରତୀ ଖମାରୀ, ରୁକ୍ମିଣୀ ମେହେର ପ୍ରମୁଖ ସହଯୋଗ କରିଥିଲେ । ଯୋଗ ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷଣ ନେଇଥିବା ବେଳେ ମହିଳା ଯୋଗ ସମିତିର ଯୋଗ ସଂଯୋଜିକା ଅନିତା ମେହେର ଓ ଲକ୍ଷ୍ମୀପ୍ରିୟା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.