jayashree

ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବଡିବହାଲ ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତ ମହିଳା ହେଲେ ଅନୁପମା ବାଗ । ତାଙ୍କର ପାଞ୍ଚ ବର୍ଷର ଏକ ସନ୍ତାନ ରହିଛି । ପାରିବାରିକ କାରଣରୁ ସେ ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ବେଳେ ଗ୍ରାମର ଜଣେ ଯୁବକଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ହୋଇଛି । ତେବେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିବା ଏବଂ ତାହା ପରେ ଏହି ଦୁଃଖଦ ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ପୁଲିସ ଘଟଣାର ତଦନ୍ତ ଚଲାଇଥିବା ବେଳେ ଅପରାହ୍ନ ପ୍ରାୟ ୫ଟା ସମୟରେ ଭୀମଭୋଇ ମେଡିକାଲ କଲେଜରେ ଶବ ବ୍ୟବଚ୍ଛେଦ ପରେ ମୃତ ଅନୁପମାଙ୍କ ନେତ୍ରଦାନ କରାଯାଇଥିବା ଜଣାପଡ଼ିଛି । ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.