
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ମା’ କନକ ଦୁର୍ଗା ମନ୍ଦିର ପରିଚାଳନା କମିଟି ତରଫରୁ ଆସନ୍ତା ଶୀତଳଷଷ୍ଠୀ ଓ ଶିବପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟିର ସଭାପତି ଭାରତୀକୃଷ୍ଣ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଆସନ୍ତା ଜୁନ୍ ମାସ ୧୭ ତାରିଖ ଦିନ ଅଙ୍କୁରାରୋପଣ ଓ ୧୮ ତାରିଖ ଦିନ ଶିବ ପାର୍ବତୀଙ୍କ ବିବାହ କରାଯିବା ପାଇଁ ସ୍ଥିର କରାଗଲା । ବୈଠକର ନିଷ୍ପତି ଅନୁଯାୟୀ ବରର ପିତାମାତା ଓ କନ୍ୟା ପିତାମାତା ପାଇଁ ଇଛୁକ ବ୍ୟକ୍ତି ମନ୍ଦିର ପରିଚାଳନା କମିଟିକୁ ଆସନ୍ତା ଜୁନ୍ ୧୦ ତାରିଖ ସୁଦ୍ଧା ମୋବାଇଲ ନଂ ୯୩୪୮୨୦୮୫୦୧ କିମ୍ବା ୭୯୭୮୬୩୪୯୯୮ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ସାଧାରଣ ସମ୍ପାଦକ ନାରାୟଣ ମହାନ୍ତି, ଉପସଭାପତି ସରୋଜ ରଞ୍ଜନ ଦାସ ଓ ଲଳିତ ସୁନ୍ଦର ଜେନା, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ବିଶ୍ୱାଳ, ଅଜୟ କୁମାର ଦାସ, ମନୋଜ କୁମାର ପାଣିଗ୍ରାହୀ, ବୁଲୁ ନନ୍ଦ, ଜଗବନ୍ଧୁ ପାଢ଼ୀ, ଅମରେନ୍ଦ୍ର ପତିଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ଶେଷରେ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।