
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅନେକ ପଞ୍ଚାୟତର ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ ବ୍ୟାଙ୍କ ଏକାଉଣ୍ଟ୍ ଯୋଗେ ପାଉଥିବା ହିତାଧିକାରୀମାନେ ଦୀର୍ଘ ୩ ମାସ ହେଲା ତାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିନାହିଁ ବୋଲି କହିଛନ୍ତି । ବାରମ୍ବାର ପ୍ରଶାସନକୁ ଜଣାଇଲେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେଉନଥିବା ଅଭଯୋଗ କରିଛନ୍ତି ହିତାଧିକାରୀ । ତେଣୁ ଆଜି ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ହିତାଧିକାରୀ । ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ଅଜିତ କୁମାର ଯୋଷୀଙ୍କ ନେତୃତ୍ୱରେ ଶହ ଶହ ବୃଦ୍ଧ ବୃଦ୍ଧା ଏକତ୍ରିତ ହୋଇ ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ବଙ୍ଗୋମୁଣ୍ଡା ବ୍ଲକ ଏକ ଦାଦନ ପ୍ରବଣ ବ୍ଲକ ଏଠାରେ ଲୋକମାନେ ଚଳିବା ଅତି କଷ୍ଟ ଦାୟକ ତେଣୁ ସମସ୍ତ ହିତାଧିକାରୀଙ୍କୁ ଶୀଘ୍ର ଭତ୍ତା ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ ବିଜେଡି ନେତା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓଙ୍କ ଅନୁପସ୍ଥିତିରେ ମୁଖ୍ୟକିରାଣୀଙ୍କୁ ଦେଇଥିଲେ । ୫ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଥିଲେ ବିଜେଡି ନେତା ।