jayashree

ବଲାଙ୍ଗିର ଦୁର୍ଘଟଣାରେ ରାଜ ପରିବାର ସଦସ୍ୟଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଏକ ଦୁଃଖଦ ଦୁର୍ଘଟଣାରେ ପୁରୁଣା ରାଜବାଟୀ ନିବାସୀ ତେଜବହାଦୂର୍ ସିଂହଦେଓଙ୍କ ଅକାଳ ବିୟୋଗ ହୋଇଛି । ସୂଚନା ଅନୁସାରେ ତେଜ ବାହାଦୂର ସିଂହଦେଓ ନିଜ ପାଟଣାଗଡ ଲୁହସିଂହା ସ୍ଥିତ ନିଜ ସମ୍ପର୍କୀୟ ଘରକୁ ଯାଇଥିଲେ ଏବଂ ସନ୍ଧ୍ୟାରେ ତାଙ୍କ ବୁଲେଟ ମୋଟର ସାଇକଲରେ ବଲାଙ୍ଗିରକୁ ଫେରୁଥିଲେ । ତେବେ ପାଟଣାଗଡ଼ ଯୁରିଆ ଗ୍ରାମ ନିକଟରେ ସେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ ଡାକ୍ତରଖାନା ଓ ପରେ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଏଠି ତାଙ୍କୁ ମୃତ ଘୋଷଣା କରିଥିଲେ । ବଲାଙ୍ଗିର ପୁରୁଣା ରାଜବାଟି ରାଜପରିବାରର ସଦସ୍ୟ ତେଜ ବାହାଦୂର ସିଂହଦେଓ ଆର୍ତ୍ତତ୍ରାଣ ସିଂହଦେଓଙ୍କ ଦ୍ୱିତୀୟ ପୁତ୍ର ଥିଲେ । ସେ ଶିକ୍ଷିତ ଯୁବକ ଭାବରେ ସମସ୍ତଙ୍କର ପ୍ରିୟ ଥିଲେ । ତେବେ ତାଙ୍କ ମୃତ୍ୟୁ ଖବର ପରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.