
ରାଉରକେଲା, (ସସ୍ମିତା ପ୍ରଧାନ) : ଶିଳ୍ପପତି ଦିପ୍ତୀ ରଞ୍ଜନ ପଟ୍ଟନାୟକଙ୍କ ପିତାମାତାଙ୍କ ସ୍ମୃତିରେ ସିଭିଲ୍ ଟାଉନସିପ୍ ସ୍ଥିତ ଶନି ମନ୍ଦିରରେ ଏକ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ କେନ୍ଦ୍ର ଉଦ୍ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପିଡବ୍ଲୁଡି ଅଧୂକାରୀ ଯଶସ୍ୱିନୀ ମିଶ୍ର ଫିତା କାଟି ପୂଜାର୍ଚ୍ଚନା ସହ ଉଦ୍ଘାଟନ କରିଥିଲେ । ଡି.ଆର୍. ପଟ୍ଟନାୟକଙ୍କ ପ୍ରଶଂସକଙ୍କ ସହ ସମାଜସେବୀ ସୁରେଶ ଶର୍ମା, ଶନି ମନ୍ଦିର କମିଟି ସଭାପତି ପ୍ରକାଶ ମହାନ୍ତି, ରଜନୀକାନ୍ତ ବିୟଶ୍ୱାଳ, ସମାଜସେବୀ ଓ ପି ସିଂହ, ରିଷି ସେବକ ଓ ରିଙ୍କୁ ଅଗ୍ରୱାଲ ଏହି ଅବସରରେ ଉପସ୍ଥିତ ଥିଲେ । ସୁରେଶ ଶର୍ମା ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଲଡୁ ବଣ୍ଟନ କରିଥିଲେ । ପ୍ରକାଶ ମହାନ୍ତି ମୁଖ୍ୟ ଅତିଥିଙ୍କୁ ଶାଲ୍ ଏବଂ ଫୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଶିଳ୍ପପତି ଶ୍ରୀ ପଟ୍ଟନାୟକଙ୍କ ପକ୍ଷରୁ ରାଉରକେଲାର ବିଭିନ୍ନ ସ୍ଥାନରେ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ ସ୍ଥାପନ କରାଯାଇଛି ଏବଂ ଆବଶ୍ୟକ ସ୍ଥାନରେ ଆହୁରି ସ୍ଥାପନ କରାଯିବ ବୋଲି ସୂଚନା ଦିଆଯାଇଛି ।