
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକର ଆଇସିଡିଏସ୍ର ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ କେମ୍ପ କୋର୍ଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି । ୨୦୨୫ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଦ୍ୱାରା ଓରଫାନ୍ ସର୍ଭେ ଅନୁସାରେ ପିତୃ-ମାତୃ ହୀନ ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରି ଉପସ୍ତାପନା କରାଗଲା । ଏହି ଅବସରରେ ଲୋଇସିଂହା ବ୍ଲକର ସିଡିପିଓ ରଜନୀ ରାଣୀ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିହ୍ନଟ ହୋଇଥିବା ୮ ଗୋଟି ଶିଶୁ ମାନଙ୍କର ଅଭିଭାବକ, ଅଭିଭାବିକା ମାନଙ୍କୁ ଏହି ପିତୃମାତୃ ହୀନ ଶିଶୁଙ୍କ କର୍ମଶାଳାକୁ ଉପସ୍ଥାପନା କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମୀ ବାଳମୁକୁନ୍ଦ ଭିତିରିଆ, ରାକେଶ କୁମାର ପୁଟେଲଙ୍କ ଉପସ୍ଥିତିରେ କିଶୋର ନ୍ୟାୟ ଆଇନ୍ ଅଧିନସ୍ଥ ଫର୍ମ ୧୭, ଫର୍ମ ୨୦ ପୂରଣ କରାଯାଇଥିଲା ଓ ଅନଲାଇନ ଜରିଆରେ ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇସିଡିଏସ୍ର ସୁପଭାଇଜର୍, ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୮ ଜଣ ଅନାଥ ଶିଶୁ ଉପସ୍ଥିତ ରହି ନିଜର ସମସ୍ତ ପ୍ରମାଣ ପତ୍ର ଯାଞ୍ଚ କରାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ ସମିତି ଆବଶ୍ୟକୀୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଥିବା ବିଭିନ୍ନ ଯୋଜନା ଗୁଡିକ ସଂଯୋଗ କରାଯିବ ।