jayashree

ରକ୍ତଦାନ ଶିବିର ଅନୁଷ୍ଠିତ

ଜାମସେଦପୁର, (କେପିଏନ୍‌ଏସ୍‌) : ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ସହରର Jamshedpur Womens Universityରେ IGNOU BEd ପ୍ରଥମ ବର୍ଷର ବାର ଦିନିଆ କାର୍ଯ୍ୟଶାଳା-୧ ତା.୧୧.୦୫.୨୦୨୬ ରୁ ତା.୨୨.୦୫.୨୦୨୬ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟଶାଳା ସଂଯୋଜିକା ଡା ତ୍ରିପୁରା ଝା ମହାଶୟାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଷୟ ବିଶାରଦମାନଙ୍କ ଅଧ୍ୟକ୍ଷତାରେ ଅତ୍ୟନ୍ତ କୁଶଳତାର ସହିତ ସମାପନ ହୋଇଥିଲା । ଉକ୍ତ କର୍ମଶାଳାରେ ଓଡ଼ିଶାରୁ ୧୧ ଜଣ ବିଇଡି ଶିକ୍ଷାର୍ଥୀ ଯଥା – ରାଜେଶ ସୁନା, ଲଳିତ ମୋହନ ନାଗ, ଦିଲୀପ କୁମାର ନାଗ, ମନୋରଞ୍ଜନ ମଲିକ, ରାଜିବ ଲୋଚନ ଦନ୍ତା, ରଞ୍ଜିତ୍ ପଟେଲ, ଦୁଷ୍ମନ୍ତ ମାଝୀ, ହୃଷିକେଶ ତନ୍ତୀ, ଫିରୋଜ ମାହାତୋ ଓ ଗୋବର୍ଦ୍ଧନ ସୁନା ଆଦି ଯୋଗଦେଇ ସଫଳତାର ସହିତ କାର୍ଯ୍ୟଶାଳାଟିକୁ ସମାପନ କରିଥିଲେ । ଡଃ ତ୍ରିପୁରା ଝାଙ୍କ ନେତୃତ୍ୱରେ ତୁଳସୀ ଭବନରେ ଝାଡ଼ଖଣ୍ଡର ସ୍ୱାଧୀନତା ସଂଗ୍ରାମୀ ଭଉଣୀ “ଫୁଲୋ ଜାନୋ”ଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଓଡିଶା ପ୍ରତିଭାଗୀମାନେ ଉତ୍ସାହର ସହିତ ରକ୍ତଦାନ କରିଥିଲେ । ସମ୍ମାନିତ ଅତିଥି ସ୍ଥାନୀୟ ଏମ୍‌ଏଲ୍‌ଏ ତଥା ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଗୁରୁଜନମାନେ ଶିକ୍ଷାଦାନ ସହ ଆଶୀର୍ବାଦ କରି ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦାୟକାଳୀନ ସଭା ଅନୁଷ୍ଟିତ ହୋଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କ ତରଫରୁ ରିସୋର୍ସ ପର୍ସନଙ୍କୁ ଉପହାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଜେତା ମେମ୍, ପ୍ରିୟଙ୍କା ମେମ୍, ଇନ୍ଦୁ ମେମ୍ ଓ ସଞ୍ଜିବନୀ ମେମ୍ ଓ ଡ. ଝା ମେମ୍ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.