
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ବାରଖମା ଏବଂ କ.ନୂଆଗାଁ ଦାୟିତ୍ୱରେ ଥିବା ଜିଲ୍ଲା ଭେକ୍ଟ ଭାଇଟା ନିୟନ୍ତ୍ରଣ ତଦାରଖକାରୀ ସମୀର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଦିନିକିଆ ଏସିଏମ ଛିଞ୍ଚାନ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳର ଆଠଗୋଟି ଗ୍ରାମପଞ୍ଚାୟତର ମ୍ୟାଲେରିଆ ପ୍ରବଣ ଗ୍ରାମରେ ଏସିଏମ ଛିଞ୍ଚନ ବିଷୟରେ ଫୁଲବାଣୀ ହେଡକ୍ୱାଟରରୁ ଆସିଥିବା ଜିଲ୍ଲା ଭେଟନାର ଭାଇଟର ରୋଗ ନିୟନ୍ତ୍ରଣ ପରାମର୍ଶ ଦାତା ସୁଜିତ କୁମାର କାର୍ଜି, ଡ.ବଦ୍ରି ନାରାୟଣ ସାମଲ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ବାରଖମା, ଲେପର୍ସି କର୍ମଚାରୀ ମନୋଜ ପାତ୍ର, ଉପସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଣୀ ଶ୍ରୀମତୀ ମାରିୟମ ଡିଗାଲ ପ୍ରମୁଖ ଯୋଗଦେଇ ପ୍ରାଞ୍ଜଳ ଭାବରେ ସ୍ପ୍ରେ ୱାର୍କେରମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ପ୍ରଥମେ ଏକ ଲିଟର ପାଣିରେ ୨. ୫୦ ଗ୍ରାମ ଏସିଏମ ମିଶ୍ରଣ କରି ୯ ଲିଟର ଥିବା ବାଲଟିଏ ପାଣିରେ ମିଶ୍ରଣ କରି, ଶୋଇବା କଠୋରୀ, ଅନ୍ଧାର ସ୍ଥାନ ଯେଉଁଠିକି ମଶା ରହିବା ସ୍ଥାନ ସେହି ସ୍ଥାନମାନଙ୍କରେ ଏସିଏମ ସ୍ପ୍ରେ କରିବାକୁ କୁହାଯାଇଥିଲା । ଏଜ ମିନିଟିରେ ୨୫ ଥର ପମ୍ପଙ୍ଗି କରିବା, କାନ୍ଥରେ ଦେଢଫୁଟ ଦୂରତାରେ ରହି ଛିଞ୍ଚନ କରିବା, କୌଣସି ଚଟାଣରେ କିମ୍ବା ବାରଣ୍ଡା ଏସିଏମକୁ ମିଶ୍ରଣ ନ କରି ବେନର କିମ୍ଵା ପଲିଥିନ ଉପରେ ମିଶ୍ରଣ କରିବା ଏହିପରି ଭାବରେ ନିଜର କିମ୍ଵା ଅନ୍ୟ କାହାର କ୍ଷତି ନ କରି କେବଳ ମଶାମାନଙ୍କ ଶୁଣ୍ଡକୁ ଅକାମିକରି ମ୍ୟାଲେରିଆରୁ ମୁକ୍ତ ରହିବାକୁ ତାଲିମ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି, ଆଶାଦିଦି ଏବଂ ଓରଦା ସ୍ୱେଛାସେବୀ ଅନୁଷ୍ଠାନ, ବନଶ୍ରୀ କଳାସାଂସ୍କୃତିକ ଯୁବ ପରିଷଦ, କୁମ୍ଭାର ମୁଣ୍ଡା ଦାରିଙ୍ଗବାଡି, ଅନୁଷ୍ଠାନର ସ୍ୱେଛାସେବୀ ଉକ୍ତ ତାଲିମ୍ କାର୍ଯ୍ୟକ୍ରମରେ ସାମିଲ ଥିଲେ । କ୍ରିଷ୍ଣା ଚନ୍ଦ୍ର ଦିଗାଳ (ବୁଲୁ) ଙ୍କ ନେତୃତ୍ୱରେ ୧୬ ଜଣ ସ୍ୱେଛାସେବୀ ଚଳିତ ମାସ ୨୫ ତାରିଖ ଠାରୁ ୨୭ ତାରିଖ ତିନି ଦିନ ଧରି ଉକ୍ତ ଛିଞ୍ଚନ କାର୍ଯ୍ୟକ୍ରମରେ ଲିପ୍ତ ରହି ମ୍ୟାଲେରିଆ ମୁକ୍ତ କନ୍ଧମାଳ ଗଠନ କରିବାକୁ ପ୍ରୟାସ ଜାରିରଖିବେ ବୋଲି ଜଣାପଡିଛି ।