jayashree

ବଲାଙ୍ଗିର ପବ୍ଲିକ ସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

  • ଶିକ୍ଷା ହିଁ ଅଂଚଳର ସର୍ବାଙ୍ଗୀନ ବିକାଶ କରିଥାଏ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପବ୍ଲିକ ସ୍କୁଲରେ ଆଜି ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ କହିଥିଲେ ଯେ, ଆମ ଛାତ୍ରଛାତ୍ରୀମାନେ କେବେ ହେଲେ ବି ଶିକ୍ଷା ପ୍ରତି ବିମୁଖ ହେବା କଥା ନୁହେଁ କାରଣ କେବଳ ଶିକ୍ଷା ହିଁ ଆମର ସର୍ବାଙ୍ଗୀନ ବିକାଶ କରିଥାଏ, ଅଂଚଳକୁ ସାମଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶର ଚରମ ସୀମାକୁ ପହଂଚାଇଥାଏ ବୋଲି ଏହି ଅବସରରେ ଶ୍ରୀ ମିଶ୍ର ଛାତ୍ର ଛାତ୍ରୀଙ୍କୁ ଉଦ୍ଦେଶ୍ୟରେ କହିଛନ୍ତି । ଏହି ସଭାରେ ଦଶମ ଶ୍ରେଣୀରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ଛାତ୍ରୀ ମୁକ୍ତାରାଣୀ ସାହୁ, ସରନ୍ୟା ରେଡ୍ଡି, ନିଶିତା ନାୟକ, ପ୍ରମୁଖ ନାଗ, ଆରଜୁ ରଣା, ପ୍ରିୟାଂଶ ପଣ୍ଡା, ସଲୋନି ନାୟକ, ଆଦ୍ୟାଶା ସାହୁ, ଦେବଦର୍ଶିନୀ ସାହାଣି, ଶ୍ରୀତମ ପଟେଲ, ଅରୋଶ୍ରୀ ମିଶ୍ରଙ୍କୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଠିକ୍ ସେହିପରି ଯୁକ୍ତ ଦୁଇ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଥିବା ଛାତ୍ର କୌଶିକ କୁମାର ସାହୁ, ସାହିଲ କୁମାର ଦାଶ, ପୌଲମି ଯୋଷୀ, ବିଶ୍ୱଜିତ ସାହୁ, ଆଦର୍ଶ ଦାଶ, ବିନୟ ମେହେର, ଅନନ୍ୟା ପଣ୍ଡା, ଆର୍‌ ଶ୍ଲୋକ ମୁଣ୍ଡ, ସିଦ୍ଧାର୍ଥ ଲେଙ୍କା, ଜ୍ୟୋତି ପ୍ରକାଶ ଭୋଇ, ସ୍ୱାଗତ ପ୍ରଧାନ, ଶ୍ଲୋକ ସୌରଭ ସାହୁ, ଗୌରୀ ବେହେରା ଓ ମୁକ୍ତିସୁଧା ପାତ୍ରଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ରଙ୍କ ବ୍ୟତୀତ ସ୍କୁଲ ପରିଚାଳନା କମିଟି ସଭାପତି ବିରେନ୍ଦ୍ର କୁମାର ମିଶ୍ର, ସଂପାଦକ ଗୋପାଳ କୃଷ୍ଣ ସିଂଦେଓ, ସଭ୍ୟ ଶିରିଶ ଚନ୍ଦ୍ର ହୋତା, ବାଦଲ ମହାକୁର, ସ୍କୁଲ ଅଧ୍ୟକ୍ଷ ସତିଶ ପ୍ରଧାନ, ହରେକୃଷ୍ଣ ନାଏକ ପ୍ରମୁଖ ନାଏକ ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.