jayashree

ପଦ୍ମାଳୟାର ଆମ ସଂସ୍କୃତି ଆମ ପରମ୍ପରା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପଦ୍ମାଳୟା ଓଡ଼ିଆ ସଙ୍ଗୀତ, ସାହିତ୍ୟ, ସଂସ୍କୃତି ଏବଂ ନୃତ୍ୟ ପ୍ରତି ଏକ ସମର୍ପିତ ଅନୁଷ୍ଠାନ । ଏହା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ସହିତ ଅନୁଷ୍ଠାନ ଜଡିତ । ୨୦୨୫ ମସିହାରୁ ସକ୍ରିୟ ଭାବେ କାମ କରୁଛି । ସଂଗଠନରେ ଉପସଭାପତି ଗଙ୍ଗାଧର ଦାଶ ଓ ସାଧାରଣ ସମ୍ପାଦିକା ନିଶି ନନ୍ଦଙ୍କ ପ୍ରୟାସ, ପ୍ରଚେଷ୍ଟା, ମାର୍ଗଦର୍ଶନ ଓ ସମସ୍ତ କାର୍ଯ୍ୟକର୍ତ୍ତା, ସଭ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ କରାଯାଉଛି । ସଂଗଠନ ପକ୍ଷରୁ ପ୍ରଚେଷ୍ଠା କରାଯାଇ ଏବର୍ଷ ବାର୍ଷିକ ଉତ୍ସବ ଜୁନ ୭ ତାରିଖରେ ସେକ୍ଟର ୧୯ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ କରିବା ପାଇଁ ସ୍ଥିରିକୃତ ହୋଇଛି । ଏହି ପରିପ୍ରେକ୍ଷୀରେ ଚଳିତ ମାସ ୨୦ ଓ ୨୧ ତାରିଖରେ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବର ମୁଖ୍ୟ ଗୃହରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ୫ ବର୍ଷରୁ ୧୨ ବର୍ଷ ଓ ୧୨ ବର୍ଷରୁ ୨୦ ବର୍ଷ ପିଲାଙ୍କ ମଧ୍ୟରେ ପ୍ରଥମେ ସଙ୍ଗୀତ ଓ ଦ୍ୱିତୀୟ ସତ୍ରରେ ନୃତ୍ୟ ପ୍ରତିଯୋଗିତା କରାଯାଇ ପ୍ରତିଭା ମାନଙ୍କୁ ମଞ୍ଚ ପ୍ରଦାନ କରି ସେମାନଙ୍କୁ ଲୋକ ଲୋଚନକୁ ଆଣିବାକୁ ପ୍ରୟାସ କରାଯାଇଥିଲା । ପ୍ରାରମ୍ଭର ପ୍ରଥମ ସତ୍ରରେ ଅବସର ପ୍ରାପ୍ତ ମହାପ୍ରବନ୍ଧକ ଡ. ଶକ୍ତି ପ୍ରସାଦ ସାମନ୍ତରାୟ ଓ ସ୍ନିଗ୍ଧା ସାମନ୍ତରାୟ ମୁଖ୍ୟଅତିଥି ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ ଓ ବିଚାରକ ମଣ୍ଡଳୀରେ ଶ୍ୟାମସୁନ୍ଦର ପଟ୍ଟନାୟକ, ମୀରା ତ୍ରିପାଠୀ, ସଞ୍ଜୟ ଭଟ୍ଟାଚାର୍ଯ୍ୟ, ଦ୍ୱିତୀୟ ସତ୍ରରେ ବିଜୟ କୁମାର ମୁଖୀ, ଦୀପକ ରାଜ ଚେଷ୍ଠା, ସାତ୍ଵନା ପରିଡ଼ା, ରଶ୍ମିତା ବେହେରା ଯୋଗ ଦେଇଥିଲେ । ୨୧ ତାରିଖ ପ୍ରଥମ ସତ୍ରରେ ମଡେଲିଙ୍ଗରେ ସାରିକା କୁମାର, ସୁଜାତା ମିଶ୍ର, ମାନସୀ ଦାସ ମହାପାତ୍ର, ଦ୍ୱିତୀୟ ସତ୍ରରେ ଉର୍ମିଳା ରାଉତ ଓ ବିଳାସିନୀ ଅଧିକାରୀ ପ୍ରମୁଖ ପୋଡ଼ପିଠାରେ ବିଚାରକ ଭାବେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଝିଲିମା ମହାନ୍ତି ପରିଚାଳନା କରିଥିଲା ବେଳେ ଓ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଜଗନ୍ନାଥ ରାଉତ, ମୀନତି ତ୍ରିପାଠୀ, ବିଷ୍ଣୁପ୍ରିୟା ଦାଶ, ଅର୍ଚ୍ଚନା ସାହୁ, ପ୍ରାଞ୍ଜଳୀ ନାଗ, ମଞ୍ଜୁଲତା ମୋହିନୀ, ଅନିତା ମହାନ୍ତି, ମମତା ବାରିକ, ବନୋଜ ଦାସ, ବିମଳ ପଟ୍ଟନାୟକ, ନିରୁପମା ନାୟକ, ବନଲତା ବେହେରା, ଅଜିତା ପ୍ରଧାନଙ୍କ ସହିତ ବହୁ ସଭ୍ୟ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.