csstore

ଆମ୍ ଆଦମୀ ପାର୍ଟିର ଟାର୍ଗେଟରେ ଏବେ ପଂଚାୟତ ଓ ପୌର ନିର୍ବାଚନ

ବରଗଡ଼, (ମୁନ୍ନା ସାହୁ) : ଆସନ୍ତା ୨୪ ତାରିଖ ରାଜ୍ୟସଭା ସାଂସଦ ସଂଜୟ ସିଂ ଓଡିଶା ଗସ୍ତରେ ଆସୁଛନ୍ତି । ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ଆମ୍ ଆଦମୀ ପାର୍ଟି ସକ୍ରିୟ ଭାବେ ଲଢ଼ିବାକୁ ଯାଉଥିବାରୁ ଏହାର ପ୍ରସ୍ତୁତି ସଭାରେ ଯୋଗ ଦେବେ ସଂଜୟ ସିଂ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଂଗଠନ ସମ୍ପାଦକ ଭବାନୀ ସାହୁ । ବରଗଡ଼ରେ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ସ୍ୱରୂପ କୁମାର ଭୋଇ ଓ ଲିଗାଲ ସେଲ୍‌ର ସଂଯୋଜକ ମୋଇନ ମହମ୍ମଦ ଉପସ୍ଥିତ ଥିଲେ । ବର୍ତ୍ତମାନ ସମୟରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ହେଉ କି ନିଟ୍ ପ୍ରଶ୍ନ ପତ୍ର ଲିକ୍ ଘଟଣା ହେଉ ବିଜେପି ସରକାର ଫେଲ ହୋଇ ଥିବା ବେଳେ ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର କ୍ଷମତାକୁ ଆସିବା ପରେ ମୋଦୀ ଦେଇଥିବା ଗ୍ୟାରେଣ୍ଟି ସବୁ ଫେଲ୍‌ ମାରିଛି ଯେଉଁଥିରେ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କା, ୩୦୦ ୟୁନିଟ ବିଜୁଳି ଫ୍ରି, ଚିଟ ଫଣ୍ଡ ଟଙ୍କା ଫେରସ୍ତ ଭଳି ପ୍ରତିଶୃତି ଥିଲା ଯାହାକୁ ନେଇ ଲୋକଙ୍କ ମନରେ ନିରାଶା ରହିଛି । ଅନ୍ୟପଟେ ବିରୋଧୀ ଭାବେ ବିଜେଡ଼ି ଓ କଂଗ୍ରେସର ଭୂମିକା ଯଥେଷ୍ଟ ଉତ୍ସାହ ବର୍ଦ୍ଧକ ନୁହେଁ ବୋଲି ଶ୍ରୀ ସାହୁ କହିଛନ୍ତି । ତେଣୁ ଓଡିଶାବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ରୋଜଗାର, ମହିଳା ସୁରକ୍ଷାକୁ ନେଇ କେବଳ ଆମ୍ ଆଦମୀ ପାର୍ଟି ଉପରେ ଲୋକଙ୍କ ବିଶ୍ୱାସ ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି । ତେଣୁ ନୂଆ ଓ ସମୃଦ୍ଧ ଓଡିଶା ଗଠନ ନିମନ୍ତେ ସମସ୍ତେ ଏହି ଅଭିଯାନରେ ଯୋଗ ଦିଅନ୍ତୁ ଓ ଆପ୍ ସହ ଯୋଡି ହୁଅନ୍ତୁ ବୋଲି ଶ୍ରୀ ସାହୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

jayashree
Leave A Reply

Your email address will not be published.