
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କଁସିଲ ଗାଁ ଠାରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନ କ୍ରମେ ୨୦୧୩ ମସିହାରୁ ଆର୍ଟ ଓ ଅଫ ଗିଭିଙ୍ଗ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ୧୩ତମ ସଂସ୍କରଣ ବଙ୍ଗୋମୁଣ୍ଡା ବ୍ଲକ କଁସିଲ ଗାଁରେ ଉତ୍ସାହର ସହ ପାଳିତ ହୋଇଯାଇଛି । ଚଳିତ ବର୍ଷ ଥିମ ସେୟାର ଟୁ ସାଇନକୁ ନେଇ ଆଲୋଚନା ହୋଇଥିଲା । ବଙ୍ଗୋମୁଣ୍ଡା ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ସଂଘ ବ୍ଲକ ସଭାପତି ମନୋରଞ୍ଜନ ଭୋଇ, ସଂପାଦକ ମହାଦେବ ଭୋଇ, ଜୟସେନ ଭୋଇ, ଅଚ୍ୟୁତ ଭୋଇ, ପୁରୁଷୋତ୍ତମ ଭୋଇ, ପୂର୍ବତନ ସରପଞ୍ଚ ଉପାସୁ ବର୍ଗେ, ଆଶା କର୍ମୀ କୁନ୍ତି ଭୋଇ, ଡୋଲେଶ୍ୱରୀ ସାହୁ, ଅଙ୍ଗନବାଡି କର୍ମୀ ପ୍ରମିଳା ମେହେରଙ୍କ ସହ ଅନେକ ଆଦିବାସୀ ନେତା ଯୋଗଦେଇ ଆର୍ଟ ଓ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା ।