ଶିଶୁ ସମ୍ପର୍କ ଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଝରଣୀପାଲି ଓ ଭରସୁଜା ଗ୍ରାମ ପଂଚାୟତର ସମ୍ମିଳନୀ କକ୍ଷରେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ତରଫରୁ ଶିଶୁ ସମ୍ପର୍କ ଯାତ୍ରା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭରସୁଜା ସରପଞ୍ଚ ଗଣେଶ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଶିଶୁ ଅଧିକାର, ଶିଶୁ ସୁରକ୍ଷା, ବାଲ୍ୟ ବିବାହ ତଥା ଶିଶୁ ସୁରକ୍ଷା ପାଇଁ ଥିବା ଆଇନ ବ୍ୟବସ୍ଥା ଉପରେ ସିଡ଼ବ୍ଲୁସିର କର୍ମକର୍ତା ମାନେ ସୁନ୍ଦର ଭାବେ ଆଲୋକପାତ କରିଥିଲେ । ଏଥିରେ ଉଭୟ ପଞ୍ଚାୟତରୁ ସମସ୍ତ ଅଙ୍ଗନବାଡି ତଥା ଆଶା କର୍ମୀ ଓ ୱାର୍ଡ ସଭ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । ସିଡବ୍ଲୁସି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ସଭ୍ୟ ସୁମିତା ତ୍ରିପାଠୀ, ଓ ଗୋଦାବରୀ ରଥ କାର୍ୟ୍ୟକ୍ରମ ର ସମସ୍ତ ଦିଗ ଉପରେ ଆଲୋକ ପାତ କରିଥିଲେ । ଏହି କାର୍ୟ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ହୀରାଲାଲ ମିଶ୍ର, ଗୋବିନ୍ଦ ଚନ୍ଦ୍ର ବିଶି ଓ ପ୍ରହଲ୍ଲାଦ ପଧାନ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.