csstore

କନ୍ଦାଜୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ କନ୍ଦାଜୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଶିଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସ୍ଥାନୀୟ ବୁଦ୍ଧିଜୀବୀ ତଥା ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ସ୍ଵକୀୟ ମତାମତ ଉପସ୍ଥାପନ କରିଥିଲେ । ଚଳିତ ଡିସେମ୍ବର ମାସରେ ତିନିଦିନ ଧରି ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ଆଡମ୍ବର ସହକାରେ ପାଳନ କରାଯିବା ସହିତ ମହାମହିମ ଓଡ଼ିଶାର ରାଜ୍ୟପାଳଙ୍କୁ ଉତ୍ସବର ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ଏହି ଅବସରରେ ସର୍ବସମ୍ମତି କ୍ରମେ ଗଠିତ ୧୦ ଜଣିଆ କମିଟିର ସଭାପତି ଭାବେ ଅଶୋକ କୁମାର ବେହେରା, ସମ୍ପାଦକ-ରାଜେଶ ଭୋଇ, ଉପ ସଭାପତି- ସନ୍ତୋଷ ସିଂଲାଲ, ସହ ସମ୍ପାଦକ-ସରୋଜ ଦାସ, କୋଷାଧ୍ୟକ୍ଷ -ଆଶିଷ ମିଶ୍ର, ସହ କୋଷାଧ୍ୟକ୍ଷ-କାଲା ଖମାରୀଙ୍କ ସମେତ ମୁକୁନ୍ଦ ନାରାୟଣ ସିଂଦେଓ, ରାମ ନାରାୟଣ ବ୍ରହ୍ମା, ମୁଖିରାମ ଖମାରୀ, କ୍ଷିରୋଦ ପୁଟେଲ ପ୍ରମୁଖ ମନୋନୀତ ହୋଇଥିଲେ । ସେହିପରି ସ୍ମରଣିକା କମିଟିରେ ରୋହିତ ଶର୍ମା, ଜୀବନ ଖମାରୀ, ରିଙ୍କୁ ପୁଟେଲ, ବିବୁଲ୍ ଖମାରୀ, ରଶ୍ମିରଞ୍ଜନ ଖମାରୀ, ଦୁର୍ଯ୍ୟୋଧନ ଖମାରୀ ସ୍ଥାନ ପାଇଥିବା ବେଳେ ପୂର୍ବତନ ଛାତ୍ରୀମାନଙ୍କ କମିଟିରେ ଅରୁନ୍ଧତୀ ବ୍ରହ୍ମା, ଯଶୋଦା ଦଳେଇ, ପୂଜାଶ୍ରୀ ମିଶ୍ର, ନିକିତା ପଧାନ, ଅଞ୍ଜଳି ପଧାନ, ଅର୍ଚ୍ଚନା ମେଲ୍ଲୀ, ଅମିଶା ଖମାରୀ, ଅନିତା ପଧାନ, ବବିତା ଦଳେଇ ବର୍ଷା ଖମାରୀ ମନୋନୀତ ହୋଇଛନ୍ତି । ଏଥିସହିତ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ରୋହିତ ଶର୍ମା, ଯଶୋବନ୍ତ ଦଳେଇ, ଭାନୁପ୍ରତାପ ସିଂଦେଓ, ଗିରିଧାରୀ ଧରୁଆ, ରାଜେଶ ବ୍ରହ୍ମା, ଯାଦବ ପଧାନ, ଜିତୁନ ଖମାରୀ, ସଞ୍ଜୀବ ବେହେରା, ଜିତୁ ଦଳେଇ, କିଶାନ ମହାପାତ୍ର, ବିଭୂତି ରଣା, ନିରୋଜ ସିଂଦେଓ, ଆଶୀର୍ବାଦ ସିଂଦେଓ, ଝସକେତନ୍ ପଧାନ, ଉମାକାନ୍ତ ବେହେରା, ରାମେଶ୍ୱର କର୍ମୀ, ପ୍ରମୋଦ ସାହୁ, ରାଜା ଖମାରୀ, କୈଳାସ ପୁଟେଲ, ଭକ୍ତ ବଗର୍ତ୍ତି, ବାଲାଜୀ ବନଛୋର୍ ପ୍ରମୁଖ ମନୋନୀତ ହୋଇଥିବା ଜଣାଯାଇଛି । ଶତବାର୍ଷିକୀ ଉତ୍ସବକୁ ଆକର୍ଷଣୀୟ ତଥା ସ୍ମରଣୀୟ କରାଯିବା ସକାଶେ ସମସ୍ତ ଉଦ୍ୟମ କରାଯାଉଛି ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି ।

jayashree
Leave A Reply

Your email address will not be published.