jayashree

ସାବିତ୍ରୀ ଉଆଁସ୍‌ ଲାଗି ଫଲ୍‌ମୂଲ୍‌ ବଜାରେ ଲାଗିଛେ ନିଆଁ

  • ରେଟ୍ ଦେଖି କରି ସତ୍ୟବାନ୍‌ ଛାନିଆଁ

ଦେଓଗାଁ, (ମନୀଷ କୁମାର ସାହୁ): ଆଏଯ ସାବିତ୍ରୀ ବ୍ରତ । ଗାଁନୁ ସହର ଚାରି ଆଡେ ଘିନବିକା ଥି ଲୋକ ମସଗୁଲ । କିଏ ଶାଢ଼ୀ ପଟା ଘିନି ଯାଉଛେ ସହର କେ ତ କିଏ ଭିନ୍ ଭିନ୍ ଫଲ୍‌ମୂଲ୍ ଘିନି ଯାଉଛେ ବଜାର କେ । ଇହାଦେର୍ ଲୋକର୍ ଚାହିଦା କେ ଦେଖି କରି ସବୁ ରେଟ୍ ବି ବଢ଼େଇ ଦେଇଛନ୍ ଦୁକାନିମାନେ । ଆମେ ବି ଘିନୁଛୁଁ ଅଧିକା ପଇସା ଥି, ବର୍ଷିକିଆ ଥରେ ତ କମାମୁ ବୋଲି କହି କରି ଚଢ଼େଇ ଚଢ଼େଇ କରି ବିକୁଛନ । ଫଲ୍‌ମୂଲର ରେଟ୍ ଚାଟ୍ ସୁନିକରି “ବନେ ସତ୍ୟବାନ ହେମୁ ଇଟା” ବୋଲି ଲୋକ ଦୁଃଖର ହସି ଦେଖେଇ କହୁଛନ୍ । ପୂଜା ଲାଗି ବାଧ୍ୟ ହେଇ କରି ଘିନ୍ ବାର୍ କେ ପଡୁଛେ, ନି ହେଲେ ଏତେ ପଏସା ଦେଇ କରି ଫଲ୍‌ମୂଲ୍‌ କିଏ ଖାଏବା ବୋଲି କଥା ଉଡୁଛେ ଚାରି ଆଡେ ।

ଦେଓଗାଁ ନେ ଫଲ୍‌ମୂଲ୍‌ ଦର୍‌ର ସାରଣୀ

ଫଲ୍‌ର ନାଁ କେଜି କେ ଦର୍

ସିଓ ୨୦୦
ଡାଳିମ୍ବ ୨୪୦
ସାନ୍ତରା ୨୦୦
କଦଳୀ ୫୦ (ଡଜନ)
ଅଙ୍ଗୁର ୧୬୦
ସପୁରୀ ପଣସ ଗୋଟା ୫୦
ତରଭୁଜ ୪୦
ଆଳୁ ବଗଲା ଗୋଟା ୨୦
ଗୁଲାପ୍ ଜମୁନ୍ ଗୋଟା ୨୦
ଲିଚୁ ୨୬୦ (ଗୋଟା ୧୦)
କରମଙ୍ଗା ଗୋଟା ୧୦
ସପେଟା ୧୫୦ (ଗୋଟା ୧୦)
ଚେରି ୨୬୦ (ଗୋଟା ୧୦)

Leave A Reply

Your email address will not be published.