jayashree

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଟିଟିଲାଗଡ ପୋଲିସ : ଅଟୋ ସହ ଦୁଇ ଜଣ ଗିରଫ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ପାହାନ୍ତିଆ ସମୟରେ ବେଲଗାଁ ପଟୁ ଏକ ଅଟୋରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଥିଲେ ଟିଟିଲାଗଡ ଥାନାଧିକାରୀ । ତେବେ ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଖାନ୍ ତଲାସୀ ତଥା ଗାଡ଼ିକୁ ଧରିବା ପାଇଁ ଝାଡଦେବନ୍ଧ ନିକଟ ବୁଲାଣିରେ ଜଗି ବସିଥିଲା ପୋଲିସ । ତେବେ ଅଟୋକୁ ଅଟକାଇ ଯାଞ୍ଚ କରିବା ପରେ ଅଟୋ ପଛପଟୁ ଗୋଟିଏ ଧଳା ରଙ୍ଗର ବସ୍ତା ଭିତରୁ ଗଞ୍ଜେଇ ବାହାରି ଥିଲା । ଏନେଇ ଥାନା କେସ ନଂ- ୧୭୦ ତାରିଖ ୧୫.୦୫.୨୦୨୬, ଧାରା ୨୦(ବି)(ii)(ବି) ଏନ୍‌ଡିପିଏସ୍ ଆଇନ ଅନୁସାରେ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ମନୋଜ କୁମାର ମୁଣ୍ଡା ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ସନ୍ତୋଷ ସାହୁ (୫୨ ବର୍ଷ) ଗ୍ରାମ- କେର୍ମେଲି, ରତନ ଯାଦବ (୨୩ ବର୍ଷ) ଗ୍ରାମ- ମଲାହି ଟୋଲା, ଥାନା- ଭିଟାହା, ଜିଲ୍ଲା- ପଶ୍ଚିମ ଚମ୍ପାରଣ, ବିହାର । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅଟୋ ନମ୍ବର ହେଲା ଓଡ଼ି ୦୩ କ୍ୟୁ ୪୩୨୬ । ଏହି ଅଟୋ ରିକ୍ସାରେ ବେଆଇନ ଭାବେ ୯ କେଜି ୪୦୦ ଗ୍ରାମ ଗଞ୍ଜେଇ ପରିବହନ କରୁଥିବା ବେଳେ ଧରା ପଡିଛନ୍ତି । ତେବେ ଆଗକୁ ଆହୁରି ଚେକିଙ୍ଗ ଜୋରଦାର କରାଯିବ ତଥା ଚଢ଼ାଉ ଜାରି ରହିବ ବୋଲି ଥାନାଧିକାରୀ ଶ୍ରୀ ମୁଣ୍ଡା ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ଥାନାଧିକାରୀଙ୍କ ସହ ଏସ୍‌ଆଇ କିରନ ଜାନି, ଏଏସ୍‌ଆଇ ମନୋଜ ବିଶି, କାର୍ତ୍ତିକ ପ୍ରଧାନଙ୍କ ସହ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.