csstore

ଦର୍ପନ ଟେଲି ଫିଲ୍ମର ଅଡିସନ ଅନୁ‌ଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ଠାରେ କୋଶଲି ଟେଲି ଫିଲ୍ମ ‘ଦର୍ପନ’ର ଅଡିସନ ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ସାହିତ୍ୟ ଓ ସଂସ୍କୃତିକୁ ନେଇ ଗଠିତ ଏହି ଟେଲି ଫିଲ୍ମରେ ଅଡିସନରେ ବ୍ରହ୍ମାନନ୍ଦ ବନଛୋରଙ୍କ ଅକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ପ୍ରଯୋଜକ ବିନ୍ଦୁ ନାଏକ, ଲେଖକ ପ୍ରଦୀପ ଡି ମାଝି, କ୍ୟାମେରାମେନ ଜୟ ଶଙ୍କର ପ୍ରଧାନ ଓ ସଂଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ ଉପସ୍ଥିତ ଥିଲେ । କୁମଦିନି ପୃଷେଠ, ସୁଦାମ ଭୋଇ, ଲଭଲି ସେଠ, ରାମଭକ୍ତ ଫରିକାର, ଗୁପ୍ତେଶ୍ୱର ଲେଙ୍କା, ପ୍ରେମରାଜ ନିଆଲ, ସ୍ୱାଗତିକା କୁଅଁର, ରାମପ୍ରସାଦ ଦାଶ, ଅର୍ପିତା ମିଶ୍ର, ଯୋଗେଶରାଜ ତ୍ରିପାଠି, ଶିବନାରାୟଣ ଷଡଙ୍ଗୀ, ସୁନିତା ନନ୍ଦ, ପବିତ୍ର ଅଦାବରିଆ, ନବକିଶୋର ବେହେରା, ପ୍ରିୟାଂଶି ଦାଶ, ବିଶ୍ୱଜିତ ବିଶ୍ୱାଲ, ସାରିକା ପଟ୍ଟନାୟକ, ଅଙ୍କିତା ଭୋଇ, କୁମାର ଗୌତମ ବନଛୋର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଅନିଶା ମେହେର, ଶ୍ରୀପଦା ତ୍ରିପାଠି ଭଲି ଅଡିସନରେ ମୋଟ ୨୨ଜଣ ପ୍ରତିଯୋଗି ଭାଗ ନେଇଥିଲେ । ଅଡିସନରେ ବିଚାରକ ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗୋପାଳ ପଧାନ, କପିକେଶ୍ୱର ଖମାରୀ, ବ୍ରହ୍ମାନନ୍ଦ ବନଛୋର ଦାୟିତ୍ୱ ତୁଳାଇ ଥିଲେ । ଭାଗିରଥି ଷଡଙ୍ଗୀ, ଅଜିତ ନାୟକ, ଅଜୟ କୁମାର ନାଗ, ପ୍ରଶାନ୍ତ ମହାକୁର, କଞ୍ଚନା ବନଛୋର, କୁମଦିନି ପୃଷେଠ, ଉତ୍ତମ କୁମାର ବନଛୋର ସମସ୍ତ କାର୍ୟ୍ୟକ୍ରମକୁ ସହେଯାଗ କରିଥିଲେ ।

jayashree
Leave A Reply

Your email address will not be published.