
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଖଣ୍ଡ ଆସ୍ଥାର ୧୦୦୦ ବର୍ଷ ତଥା ଗୁଜୁରାଟର ସୋମନାଥ ମନ୍ଦିର ପୁନଃ-ନିର୍ମାଣର ୭୫ ବର୍ଷ ପୂର୍ତ୍ତି ଅବସରରେ ସୋମବାର ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ “ସୋମନାଥ ସ୍ୱାଭିମାନ ପର୍ବ” ପାଳନ କରାଯାଇଛି । ଏହି ଅବଲୋକନରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଯାହା ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଅଞ୍ଚଳର କଣ୍ଟିଆଗଡ ଠାରେ ଅବସ୍ଥିତ ବଟେଶ୍ୱର ଶିବ ମନ୍ଦିରରେ ମଧ୍ୟ ସୋମନାଥ ସ୍ୱାଭିମାନ ପର୍ବ ପାଳନ ହେବା ସହ ଜଗତ କଲ୍ୟାଣ ପାଇଁ ସାମୂହିକ ପୂଜାର୍ଚ୍ଚନା ଓ ସଂକୀର୍ତ୍ତନ,ଭଜନ ସମାରୋହର ଆଦି ଭବ୍ୟ ସମାରୋହର ଆୟୋଜନ ହୋଇଥିଲା । ସୂଚନା ଯୋଗ୍ୟ ଯେ’ ଗୁଜୁରାଟର ସୋମନାଥ ମନ୍ଦିରର ଭବ୍ୟ ଓ ଦିବ୍ୟ ଉତ୍ସବ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶରେ ଶାନ୍ତି ଓ ସମୃଦ୍ଧି ପାଇଁ କରାଯାଇଥିବା ପୂଜାର୍ଚ୍ଚନାକୁ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ଭକ୍ତମାନେ ବଟେଶ୍ୱର ଶିବ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପ ଗୃହରୁ ରୁ ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ଉପ-ଜ଼ିଲ୍ଲାପାଳ ଶିବାଶିଷ ବରାଳ, ଗଞ୍ଜାମ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ବିଧାୟକଙ୍କ ପ୍ରତିନିଧି, ଗଞ୍ଜାମ ବ୍ଲକ, ମାନସ ନାହାକ, ଏବଂ ସ୍ଥାନୀୟ ଜନପ୍ରତିନିଧି, ଭକ୍ତ ଶ୍ରଦ୍ଧାଳୁମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।