mahavir

ଜୟପାଟଣା ବ୍ଲକରେ କାର୍ଯ୍ୟରତ ବିପିସିଙ୍କ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଗ୍ରାମୀଣ ଗୃହ ଯୋଜନାରେ କାର୍ଯ୍ୟରତ ବିପିସି ଚନ୍ଦନ ସାହୁ (୪୦)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭଯୋଗ ହେଉଛି । ସେ ଗତ ଗୁରୁବାର ଦିନ ବ୍ଲକ କାର୍ଯ୍ୟାଳୟକୁ ଡିଉଟି ଯାଇ ପ୍ରାୟ ସାଢେ ଗୋଟାଏ ପରେ ନିଜ ଗାଁ କୋକସରା ବ୍ଲକ ଚିକିଲିକୁ ଫେରିଥିଲେ । ଘରକୁ ପହଂଚି ଅସୁସ୍ଥ ଲାଗିବାରୁ ବିଶ୍ରାମ ନେଇଥିଲେ । ପରେ କାଲି ସକାକେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସିତ ହୋଇ ସାମାନ୍ୟ ସୁସ୍ଥ ହେବା ପରେ ନିଜ ଗାଁ ଚିକିଲିକୁ ଫେରିଥିଲେ । ପୁଣି ସନ୍ଧ୍ୟାରେ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜୁନାଗଡର ଏକ ଘରୋଇ ନର୍ସିଙ୍ଗହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ମୃତଦେହ ନିଜ ଗାଁ ଚିକିଲିକୁ ଆଣିବା ପରେ ଗାଁ ମସାଣିରେ ଶବ ସଂସ୍କାର କରାଯାଇଛି । ଶବଧାରରେ ଜୟପାଟଣା ବ୍ଲକର ଅଧିକାରୀ ଓ ସହକର୍ମଚାରୀ ସହ ବନ୍ଧୁ ପରିଜନ ତାଙ୍କର ଶେଷକୃତ୍ୟ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.