
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ମିନାପାଲି ଭଗବତୀ ରାଇସ ମିଲରୁ କିଛି ଦୁର୍ବୃତ୍ତ ଧାନ ବସ୍ତା ଚୋରେଇ ନେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ତେବେ ଟିଟିଲାଗଡ ଥାନାଧିକାରୀ ମନୋଜ କୁମାର ମୁଣ୍ଡା ରାଇସ ମିଲକୁ ଯିବା ସହ ସିସିଟିଭି ଯାଞ୍ଚ କରିବା ସହ ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲେ । ଫଳ ସ୍ୱରୂପ ଚୋରି କରିଥିବା ଚାରି ଅଭିଯୁକ୍ତଙ୍କୁ ଗିରଫ କରି ୦୧.୦୫.୨୦୨୬ ତାରିଖରେ ଟିଟିଲାଗଡ଼ ପୋଲିସ୍ ଷ୍ଟେସନ୍ କେସ୍ ନଂ. ୧୫୨/୨୦୨୬, ଧାରା ୩୦୫(ଏ)/୩୫୧(୨)/୩(୫) ବିଏନଏସ୍ ଅନୁସାରେ ଅଦାଲତକୁ ପ୍ରେରଣ କରାଯାଇଛି । ମିନାପାଲି ଅବସ୍ଥିତ ଭଗବତୀ ରାଇସ୍ ମିଲ୍ ଠାରୁ ଧାନ ଚୋରି ଘଟଣାରେ ସିସିଟିଭି ସତ୍ୟାପନ ଏବଂ ଚୋରା ସାମଗ୍ରୀ ଜବତ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଥାନାଧିକାରୀ ଶ୍ରୀ ମୁଣ୍ଡା ସୂଚନା ଦେଇଛନ୍ତି ।