mahavir

ମହାରାଜା ବୀରମିତ୍ରୋଦୟ ସିଂହଦେଓଙ୍କ ୮୯ ତମ ଶ୍ରାଦ୍ଧ ଦିବସ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଧୁନିକ ସୁବର୍ଣ୍ଣପୁରର ନିର୍ମାତା ତଥା ସୁବର୍ଣ୍ଣପୁରର ପ୍ରଜାବତ୍ସଳ ଓ ଦୃଷ୍ଟିସମ୍ପନ୍ନ ଶାସକ ମହାରାଜା ବୀରମିତ୍ରୋଦୟ ସିଂହଦେଓଙ୍କ ୮୯ ତମ ଶ୍ରାଦ୍ଧ ଦିବସ ଆଜି ଶ୍ରଦ୍ଧା ଓ ଗମ୍ଭୀରତାର ସହିତ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ଗଠନରେ ସୋନପୁର ମହାରାଜା ବୀରମିତ୍ରୋଦୟ ସିଂହଦେଓଙ୍କ ଅବଦାନ ଅସ୍ୱୀକାର୍ଯ୍ୟ ନୁହେଁ । ସେ ସମୟରେ ସମସ୍ତ କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ସେ ନିରନ୍ତର ସହଯୋଗ ଓ ପ୍ରୟାସ ଜାରି ରଖିଥିବା କଥା ଇତିହାସ ପୃଷ୍ଠାରୁ ପ୍ରମାଣିତ । ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଜିଲ୍ଲା ସହ ଓଡ଼ିଶା ପାଇଁ ଚିରସ୍ମରଣୀୟ ଅଟେ । ଆଜି ଅପ୍ରେଲ ୨୯ ତାରିଖରେ ତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ବୀରମିତ୍ରୋଦୟ ସିଂହଦେଓ ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ, ପୌର ପରିଷଦ ତଥା ସହରର ବିଭିନ୍ନ ସଙ୍ଗଠନ ତଥା ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଯାଇଛି । ଏହି ଅବସରରେ ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତାମସୀ ତାମସ୍ମିତା ନାୟକ, ପୌର ପରିଷଦ ନିର୍ବାହୀ ଅଧିକାରୀ ଋଷି ମାଝୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରୀତି ସୁନାଙ୍କ ସହ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ କଇଁରୁ ସ୍ୱାଇଁ ଓ ପ୍ରକାଶ ଚନ୍ଦ୍ର ସାହୁ, ପୀୟୁଷ ପଣ୍ଡା, ତ୍ରିଲୋଚନ ତରିଆ, ମହାନଦୀ ସାହିତ୍ୟ ସଂସଦ ସଭାପତି ଡ଼. ସୌରଭ ଖମାରୀ, ସଚେତନ ନାଗରିକ ମଞ୍ଚ ସଭାପତି ସିତାଂଶୁ ଶେଖର ମିଶ୍ର, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଜ୍ୟୋତିରଞ୍ଜନ ପଟ୍ଟନାୟକ, ଗୋପାଳଜୀ ଯୋଗାଳୟର ଡ଼. ଆର୍ତ୍ତତ୍ରାଣ ବାବୁ ଓ ଡ଼. ସନ୍ତୋଷ ତ୍ରିପାଠୀ, ହରିହର ଶତପଥି, କୃଷକ ସଂଘ ସଭାପତି ବୈକୁଣ୍ଠ ଶତପଥି, ସ୍ୱଚ୍ଛ ଭାରତ ସଂଗଠନ ସଭାପତି ମନୋରଞ୍ଜନ ତ୍ରିପାଠୀ, ସାମ୍ବାଦିକ ବିବେକାନନ୍ଦ ମିଶ୍ର, ରାଜକିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ, ଭାରତ ବିକାଶ ପରିଷଦର ଦୁର୍ଯ୍ୟୋଧନ ସାହୁ, କ୍ଷୀରୋଦ କୁମାର ମେହେର,ସତ୍ୟ ନାରାୟଣ ସାହୁ, ଦେବରାଜ ପରିଡ଼ା ଓ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ମହାରାଜାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସର ସୁବର୍ଣ୍ଣପୁରର ଇତିହାସରେ ମହାରାଜା ବିରମିତ୍ରୋଦୟ ସିଂହଦେଓଙ୍କ ଅମୂଲ୍ୟ ଅବଦାନକୁ ପୁନଃ ସ୍ମରଣ କରିବାର ଏକ ସୁଯୋଗ ସୃଷ୍ଟି କରିଥିଲା ଓ ତାଙ୍କ ଆଦର୍ଶକୁ ଅନୁସରଣ କରି ଜିଲ୍ଲାର ସମଗ୍ର ଉନ୍ନତି ପାଇଁ ସମସ୍ତଙ୍କୁ ପ୍ରେରିତ କରିଥିଲା ।

Leave A Reply

Your email address will not be published.