
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ ତମ ଜନ୍ମ ଜୟନ୍ତୀ ଓ ଆଇନଜୀବୀ ଦିବସ ମହାସମାରୋହରେ ଉଦିତ ନଗର ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, କାର୍ୟ୍ୟକ୍ରମ ଉଦଘାଟକ ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାସ, ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲା ଜଜ୍ ଶ୍ରୀମତୀ ଶିଖାରାଣି ରଥ ଯୋଗଦେଇ ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ କରିବା ଦିଗରେ ମଧୁବାବୁ ଭୂମିକା ସର୍ବଦା ଚିରସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ଆଇନଜୀବୀ ମାନେ ଆଜିର ଦିବସ ମଧୁ ଜୟନ୍ତୀକୁ ଆଇନଜୀବୀ ଦିବସ ଭାବରେ ପାଳନ କରି ଆସୁଛନ୍ତି । ମଧୁସୂଦନ ଦାସ ଓଡ଼ିଶାର ପ୍ରଥମ ଆଇନଜୀବୀ ଥିଲେ । ଆଇନଜୀବୀ ମାନେ ସାଧାରଣ ଲୋକଙ୍କୁ ଆଇନ ସେବା ଯୋଗାଇଦେବା ପାଇଁ ଓ ସମାଜର ପରିବର୍ତ୍ତନ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ସଂଘ ର ସଂପାଦକ ଦେବାନନ୍ଦ ତନ୍ତୀ ବାର୍ଷିକ ବିବରଣୀ ପାଠ କରିଥିଲେ। । ଏହି ଅବସରରେ ସଂଘ ର ୧୮ ଜଣ ବରିଷ୍ଠ ସଦସ୍ୟଙ୍କୁ ମୁଖ୍ୟ ଅତିଥି ଜଷ୍ଟିସ ମହାପାତ୍ର ଓ ଜଷ୍ଟିସ ଦାଶ ସେମାନଙ୍କ ନିରବଛିନ୍ନ ଆଇନ ସେବା ପାଇଁ ସମ୍ବର୍ଦ୍ଧିତ କରିଥିଲେ ଓ ୨୦୨୫ ମସିହାରେ ସଂଘର ସଦସ୍ୟତା ଗ୍ରହଣ କରିଥିବା ୪୦ ଜଣ ନବାଗତଙ୍କୁ ସ୍ଵାଗତ କରାଯାଇଥିଲା । ସଂଘର ଉପ ସଭାପତି ରାଜ କିଶୋର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଯୁଗ୍ମ ସମ୍ପାଦକ ଶାନ୍ତନୁ କୁମାର ଦାସ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସିଂହଦେଓ, ସହ ସଂପାଦକ ତାପସ ପରିଡ଼ା, ଶ୍ରୀନିବାସ ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟ ବସନ୍ତ ପାତ୍ର, ଏମ୍ ମାଲେଶ୍ଵରମ, ବନ୍ଦନା ପଣ୍ଡା,ମହେଶ୍ଵର ପୁରଣ, ସୁମିତା ନନ୍ଦ, ଲକ୍ଷ୍ମୀ ମାଝୀ, ବରିଷ୍ଠ ସଦସ୍ୟ ଆଇନଜୀବୀ ସୁଜୟ ପାଣି, ଗିରିଶ ମହାପାତ୍ର, ବିରଞ୍ଚି ନାରାୟଣ ତ୍ରିପାଠୀ, କୈଳାସ ପ୍ରଧାନ, ରାମ ପ୍ରସାଦ ପଟ୍ଟନାୟକ, ବାବୁଲି ପରିଡ଼ା, ଦଣ୍ଡପାଣି ଚୈଧୁରୀ, ଉଦ୍ଧବ ପ୍ରତାପ ସିଂହ, ଶୈବାଳ ସେନ୍, ଶୈଳେନ୍ଦ୍ର ମହାନ୍ତି, ରାଧେଶ୍ୟାମ ସାହୁ, ଗିରିଜା ଶଙ୍କର ଦ୍ୱିବେଦୀ, ସୁବାସ ଅଗ୍ରୱାଲ, ପ୍ରଦୀପ୍ତ ରାଉତ, କେ କେ ପଣ୍ଡା, ମାନସ ମହାପାତ୍ର, ହରଭଜନ ସିଂହ, ବୈଦ୍ୟନାଥ ପୂଜାରୀ, ଜୟ ପ୍ରତାପ ସିଂହ, ପ୍ରମୋଦ କୁମାର ଷଢଙ୍ଗୀ ସମେତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଇନଜୀବୀ ବିଦ୍ୟାନନ୍ଦ ପ୍ରଧାନ, ରବି ନାରାୟଣ ସିଂ, କୋମଳ ସାହୁ, ଅନ୍ନପୂର୍ଣ୍ଣା କୁମ୍ଭାର, ପ୍ରିୟା ବାରିକ, ବିଦ୍ୟା ଭାରତୀ ପାଲ୍, ସରଜିଲ ସାମସି, ପବିତ୍ର ଜେନା, କବିନ୍ଦ୍ର ସିଂହଙ୍କ ସମେତ ବହୁ ଆଇନଜୀବୀ ନେତୃତ୍ୱ ନେଇଥିଲେ ।