mahavir

ହିଆଁଲ କ୍ଳଷ୍ଟରରେ ଘରଘର ବୁଲି ଗୃହକାର୍ଯ୍ୟ ବଣ୍ଟନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଁଲ କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ଗ୍ରୀଷ୍ମ ଅବକାଶରେ ନିୟୋଜିତ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଘରଘର ବୁଲି ଗୃହକାର୍ଯ୍ୟ ପ୍ରଶ୍ନପତ୍ର ଓ ପାଠ୍ୟ ପୁସ୍ତକ ବାଣ୍ଟିଥିଲେ । ହିଆଁଲ କ୍ଲଷ୍ଟରର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଷୋହଳଗୋଟି ବିଦ୍ୟାଳୟରେ ବଣ୍ଟନ କରାଯାଇଥିଲା । ଶ୍ରୀ ଦାଶଙ୍କ ଉପସ୍ଥିତିରେ ହିଆଁଲ ଗ୍ରାମରେ ଶିକ୍ଷୟିତ୍ରୀ ମମତା ପଣ୍ଡା, ମଧୁମତି ଦୀପ, ଯଶୋବନ୍ତୀ ମାଝୀ ଘର ଘର ବୁଲିଥିଲେ । ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଖରେ ପ୍ରଶ୍ନପତ୍ର ପହଞ୍ଚାଇବାରେ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମହାପାତ୍ର, ବୈଜୟନ୍ତୀ ପାଢ଼ୀ, ମାନସୀ ସାହୁ, ମିନାକ୍ଷୀ ପାଣ୍ଡେ, ଭୁରଷି ରଣା, ଏମ ଭି କ୍ରିଷ୍ଣା ସହଯୋଗ କରିଥିଲେ । ଆଗାମୀ ଦିନରେ ଗୃହକାର୍ଯ୍ୟ ତଦାରଖ କରିବା ସହିତ ଗଳ୍ପ ପୁସ୍ତକ ବାଣ୍ଟିବାକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.