
ଟିଟିଲାଗଡ ତାଲୁକ ଆଇନ ସେବା ସମିତି ପକ୍ଷରୁ କାର୍ଯ୍ୟସ୍ଥଳରେ ମହିଳାଙ୍କ ଉପରେ ଯୌନ ଉତ୍ପୀଡ଼ନ ବିଷୟରେ ସଚେତନତା କାର୍ଯ୍ୟକ୍ରମ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଯୁଗ ଯେତିକି ଆଗକୁ ବଢ଼ୁଛି ମହିଳା ମଧ୍ୟ ସଶକ୍ତୀକରଣ ହେଉଛନ୍ତି । ତେବେ କିଛି କର୍ମ କ୍ଷେତ୍ରରେ ମହିଳାଙ୍କୁ ଶୋଷଣ ତଥା ଉତ୍ପୀଡ଼ନର ଶିକାର ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ଟିପିଡବ୍ଲୁଓଡି ଏଲ ବିଭାଗର ସମ୍ମିଳନୀ କକ୍ଷରେ ଏନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମହିଳାଙ୍କୁ ସୁରକ୍ଷା ତଥା ଏକ ସେମିନାର ପିଓଏସ୍ଏଚ୍ ଏକ୍ଟ ୨୦୧୩ର ବିଭିନ୍ନ ବ୍ୟବସ୍ଥା, ଏହାର ପ୍ରଭାବ, ପ୍ରକ୍ରିୟା ଓ ପୀଡିତାଙ୍କ ଦ୍ୱାରା କେମିତି ମାମଲା ରୁଜୁ କରାଯାଇପାରେ (କାର୍ଯ୍ୟସ୍ଥଳରେ ମହିଳାଙ୍କ ଉପରେ ଯୌନ ଉତ୍ପୀଡ଼ନ) ବିଷୟରେ ଆୟୋଜିତ ହୋଇଥିଲା । ଏହି ସେମିନାରଟି ଟିଟିଲାଗଡ଼ର ତାଲୁକ ଆଇନ ସେବା ସମିତିର ସଭାପତି ତଥା ଅତିରିକ୍ତ ଜିଲ୍ଲା ବିଚାରପତିଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଏହାର ଅଧ୍ୟକ୍ଷତା କରିଥିଲେ ମାନ୍ୟବର ଅତିରିକ୍ତ ଜିଲ୍ଲା ବିଚାରପତି ଆୟୁଷ୍ମାନ ମହାନ୍ତି, ଏସ୍.ଡି.ଜେ.ଏମ୍ ସୁମିତ ପାଣିଗ୍ରାହୀ ଏବଂ ଫ୍ରଣ୍ଟ ଅଫିସର ରିଟେନର ପୁରୁଷୋତ୍ତମ ସ୍ୱାଇନ୍ ଏହି କାର୍ଯ୍ୟକ୍ରମରେ ପ୍ୟାନେଲ ଆଡଭୋକେଟ୍ ମିସ୍ ସନ୍ଧ୍ୟା ଥପା, ଯୁବ ଆଡଭୋକେଟ୍ ଶୌଭାଗିନୀ ଗୁପ୍ତା ଏବଂ ତାଲୁକ ଆଇନ ସେବା ସମିତିର କ୍ଲାର୍କ ଜୀବର୍ଦ୍ଧନ ଛତ୍ର ଉପସ୍ଥିତ ଥିଲେ । ଟିପିଡବ୍ଲୁଓଡିଏଲ୍ର ଅଧିକାରୀ ବିନାୟକ ରାଉତରାୟ ଏବଂ ବିଭାଗର ଅନ୍ୟାନ୍ୟ ଅଧିକାରୀ ଏବଂ ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ ।