csstore

ଅଲଣ୍ଡା ଓ ଅର୍ସାତୁଲା ପଞ୍ଚାୟତର ବିଭିନ୍ନ ଅଂଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା

କଂଟାବାଂଜି, (ମନୀଶ କୁମାର ହଂସ) : ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଅଂଚଳ ଭିନ୍ନ ଭିନ୍ନ ସମୟରେ ବୁଲି ଲୋକଙ୍କ ସମସ୍ୟା ବୁଝିବା ଦିଗରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ଏହି କ୍ରମରେ କଂଟାବାଂଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିନ୍ଧେକେଲା ଜୋନ୍‌ର ଅଲଣ୍ଡା ଓ ଅର୍ସାତୁଲା ଗ୍ରାମ ପଞ୍ଚାୟତର ବିଭିନ୍ନ ଅଂଚଳ ବୁଲି ଲୋକଙ୍କ ସହ ଭାବ ବିନିମୟ କରିବା ସହ ସେମାନଙ୍କ ସମସ୍ୟା ବୁଝିଛନ୍ତି । ଏହି ଅବସରରେ ଅର୍ସାତୁଲା ଗାଁରେ ନୂତନ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଦେଖିବାକୁ ମିଳିଛି । ଏଥିସହିତ ସଂପୃକ୍ତ ପଞ୍ଚାୟତର ଦେହେଲି, କୁରଡ଼ିଆମୁଣ୍ଡା, ବାଲବେଙ୍ଗ ଆଦି ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଅଲଣ୍ଡା ପଞ୍ଚାୟତର ଅଲଣ୍ଡା, ପୁତୁଲାତଲେଇ, ପଣ୍ଡରିପାନି, ବକାଗୁରା, ବୁଂଜିପଦର, ବଗର୍ତ୍ତିପଡ଼ା, ବହଲଗୁଭା, ପିତାମହୁଲ, ତେନ୍ତୁଲିପଡ଼ା ଆଦି ଗାଁକୁ ଯାଇ ସାଧାରଣରେ ରହିଥିବା ସମସ୍ୟା ବୁଝି ତାହାର ତୁରନ୍ତ ସମାଧାନ ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ବିଧାୟକ ଶ୍ରୀ ସାଲୁଜାଙ୍କ ଏହି ଗସ୍ତରେ ବଙ୍ଗୋମୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷା ରଂଜୁବାଳା ବେହେରା, ଉପାଧ୍ୟକ୍ଷ ମାମରାଜ ଜୈନ, ଭୋଳାନାଥ ବେହେରା, ସନ୍ଧେକେଲା ଜୋନ୍‌ ଯୁବ କଂଗ୍ରେସ ସଭାପତି ଟିଙ୍କୁ ସିଂହଦେଓ, ଭାଲୁମୁଣ୍ଡା ସରପଂଚ ଉପେନ୍ଦ୍ର ମେହେର, ଅର୍ସାତୁଲା ସରପଂଚ ହେମଲତା ବେହେରା, ମୁରଲୀଧର ବେହେରା, ବୃଷଭ ଗହୀର, ବିଘ୍ନରାଜ ମେହେର, କୁନା ବାମିଡ଼ି, ଓମ୍‌ ସାହୁ, ସମିତି ସଭ୍ୟ ପୀତାମ୍ବର ସୁନା, ପଙ୍କଜ ସାହୁ, ଯୁବରାଜ ବାଗ, ଲକ୍ଷ୍ମୀଧର ବାଗ, ମୁକେଶ ତାଣ୍ଡି, ସାତପାଳ ଜୈନ ପ୍ରମୁଖ ସାମିଲ୍‌ ହୋଇଥିଲେ ।

jayashree
Leave A Reply

Your email address will not be published.