ବିଳମ୍ବିତ ରାତିରେ ମହିଳା ବେଶରେ ରାଜରାସ୍ତାରେ ଯାନବାହାନ ଅଟକାଇ ଲୁଟୁଥିଲେ : ୨ ଗିରଫ

ରାଣାଘାଟ (ପଶ୍ଚିମବଙ୍ଗ) : ମହିଳା ବେଶରେ ରାଜପଥରେ ଯାନବାହାନ ଅଟକାଇ ଯାତ୍ରୀମାନଙ୍କୁ ଲୁଟ୍ କରିବା ଅଭିଯୋଗରେ ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଦୁଇ ଜଣ ପୁରୁଷଙ୍କୁ ଗିରଫ କରାଯାଇଛି । ବୁଧବାର ଦିନ ପୋଲିସ କହିଛି ଯେ, ଦୁଇ ଅଭିଯୁକ୍ତ ମହିଳା ବେଶରେ ରାତି ଅଧରେ ରାଜପଥରେ ଅଟକି ରହି ଯିବା ଆସିବା କରୁଥିବା ଗାଡିଗୁଡ଼ିକୁ ଅଟକାଇ ଏମାନେ ଲୁଟ୍‌ କରୁଥିଲେ ।

ଅଧିକାରୀମାନେ କହିଛନ୍ତି ଯେ, ସୋମବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ବେଳେ ରାଣାଘାଟ ଥାନା ଅନ୍ତର୍ଗତ ପାରାଦାଣ୍ଡା ଘାଟିଗାଚା ଠାରେ ଜାତୀୟ ରାଜପଥ ନଂ -୩୪ ରେ ଦୁଇଜଣଙ୍କୁ ଦେଖିଥିଲା । ସେମାନେ ପୋଲିସ ଗାଡି ଦେଖିବା ପରେ ଦୁହେଁ ପଳାଇବାକୁ ଚେଷ୍ଟା କରିଥିଲେ । ପୋଲିସ କର୍ମଚାରୀମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ ।

Leave A Reply

Your email address will not be published.