jsm

ବିଜେପି କର୍ମୀ ନିଷ୍ଠାବାନ, କର୍ମଠ ଓ ରାଷ୍ଟ୍ର ପାଇଁ ସମର୍ପିତ – ଜୁଏଲ ଓରାମ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସକାଳ ୯ ଘଟିକା ସମୟରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ ଓ ବିଜେପି ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ହାଁସଦା ବିଜେପି ପତାକା ଉତ୍ତୋଳନ କରିଥିଲେ । ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଙ୍ଗ ମାଧ୍ୟମରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇ ଥିଲେ । ଶ୍ରୀ ଓରାମ ଉପସ୍ଥିତଙ୍କୁ ଉଦବୋଧନ ଦେଇ ବିଜେପିର ଦୀର୍ଘଦିନର ଯାତ୍ରା ଭାରତୀୟ ଜନ ସଙ୍ଘରୁ ବିଜେପି ଜନ୍ମ ବୃତ୍ତାନ୍ତ ଏବଂ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଠାରୁ ଆରମ୍ଭ କରି ଭାରତରତ୍ନ ତଥା ବିଜେପିର ପ୍ରତିଷ୍ଠାତା ଅଟଳ ବିହାରୀ ବାଜପାୟୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ରଭକ୍ତି ଉପରେ ଆଲୋକପାତ କରିଥିଲେ । କର୍ମୀଙ୍କ କର୍ତ୍ତବ୍ୟ ନିଷ୍ଠା, ରାଷ୍ଟ୍ରପ୍ରେମ, ସାହସିକତା ଓ କଠିନ ପରିଶ୍ରମ ଯୋଗୁ ଆଜି ବିଜେପି ବିଶ୍ୱରେ ଏକ ନମ୍ବର ପାର୍ଟି ରୂପେ ଉଭା ହୋଇପାରିଛି । ସେ ତାଙ୍କ ବକ୍ତବ୍ୟରେ ମୋଦୀଜୀଙ୍କ ଆତ୍ମ ନିର୍ଭଶୀଳ ଭାରତ”, “ବିକଶିତ ଭାରତ” ଉପରେ ଆଲୋକପାତ କରିଥିଲେ । ଯୁବପିଢି ବିକଶିତ ଭାରତର ପ୍ରକୃତ ସାରଥୀ ହୋଇ ତାକୁ କାର୍ଯ୍ୟରେ ପରିଣତ କରିବେ ବୋଲି ସେ ପ୍ରକାଶ କରିଥିଲେ । ସନ୍ଧ୍ୟା ସମୟରେ ପ୍ରତିଷ୍ଠା ଦିବସ ଅବସରରେ ଏଠାରେ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ, ବରିଷ୍ଠ ନେତା ରମେଶ ଅଗ୍ରୱାଲ, ଗଙ୍ଗାଧର ଦାଶ ଓ ଅଶୋକ ଲେଙ୍କାଙ୍କୁ ସମ୍ମାନିତ କରାଯାଇଥିଲା ଓ ଉକ୍ତ ନେତୃବୃନ୍ଦ ବିଜେପିର ପୂର୍ବଜ ଓ କର୍ଣ୍ଣଧାରଙ୍କ ଶୃତି ଚାରଣ କରିବା ସହିତ ସେମାନଙ୍କ ବଳିଦାନ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ନେତା ଶଶାଙ୍କ ଶେଖର ଜେନାଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ମଳୟ ମହାପାତ୍ର, ଉତ୍ତମ ଅଗ୍ରୱାଲ, ତ୍ରିଲୋକ ନାଥ ଶୁକ୍ଳା, ମନୋରଞ୍ଜନ ମୁନି, ବାବୁଲି ମୁର୍ମୁ, ଦିଲ୍ଲୀପ ପଟ୍ଟନାୟକ, ସରୋଜ ଦାସ, ଅକ୍ଷୟ କୁମାର ଦାଶ, ଦିଲ୍ଲୀପ ଦାଶ, ପରେଶ ମିଶ୍ର, ସନ୍ଦୀପ ଅଗ୍ରୱାଲ, ସୁଶାନ୍ତ ମହାପାତ୍ର, ମନୋଜ କୁମାର ସ୍ୱାଇଁ, ଆଶା ନାଇଡୁ, ପ୍ରତିମା ରାଉତଙ୍କ ସହିତ ବହୁକର୍ମୀ ଉପସ୍ଥିତ ଥିଲେ ବୋଲି କାର୍ଯ୍ୟକ୍ରମର ସଂଯୋଜକ ଶଶାଙ୍କ ଶେଖର ଜେନା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.