ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ପରିଭ୍ରମଣ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ସମ୍ବଲପୁର ଜିଲ୍ଲାକୁ ଶୈକ୍ଷିକ ପରିଭ୍ରମଣରେ ଯାଇ ଫେରିଥିବା ଜଣାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ପଧାନଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ସୈନିକ ସ୍କୁଲ, ସେଣ୍ଟ୍ରାଲ ଲାଇବ୍ରେରୀ, ପଠାଣି ସାମନ୍ତ ପ୍ଲାନେଟରିୟମ, ସମଲେଶ୍ଵରୀ ମନ୍ଦିର, ଚିପିଲିମା ସ୍ଥିତ ପାୱାର ହାଉସ ପ୍ରମୁଖ ସ୍ଥାନ ପରିଦର୍ଶନ କରି ଶିକ୍ଷାଲାଭ କରିଥିଲେ । ସୈନିକ ସ୍କୁଲ ପରିଦର୍ଶନ କରିବା ଅବସରରେ ସ୍କୁଲର ଉପାଧ୍ୟକ୍ଷ ତଥା ୱିଙ୍ଗ କମାଣ୍ଡର ବି. ଭବାନୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା ପୂର୍ବକ କ୍ୟାରିୟର ମାର୍ଗଦର୍ଶନ କରିଥିବା ଜଣାଯାଇଛି । ଏହି ଶୈକ୍ଷିକ ପରିଭ୍ରମଣ ସମୟରେ କାହ୍ନୁଚରଣ ଦର୍ଜି, ପ୍ରଭାତ ନନ୍ଦ, ସତ୍ୟବାନ୍ ମେହେର, ରୋହିତ ରଣା, ସମାପିକା ପଣ୍ଡା, ତନୁଶ୍ରୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.