ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାକ୍ତନ ଏନ୍ଏସି (ଏସ୍ଟି)ର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆବାହକ ପଦ୍ମନାଭ ଦାଶ, ମନ୍ମଥ ନାଥ ଜେନା, ବିଷ୍ଣୁ ଚରଣ ରାଉତ ଓ ଗୌରାଙ୍ଗ ଚନ୍ଦ୍ର ପାହାଡୀଙ୍କ ଆବାହକତ୍ଵରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁକଦେବ କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଆବାହକ ଗୌରାଙ୍ଗ ଚନ୍ଦ୍ର ପାହାଡୀ ସ୍ୱାଗତ ଭାଷଣ ଦେଇଥିଲେ ଓ ବନ୍ଧୁମିଳନର ଆବଶ୍ୟକତା ତଥା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ୭ମ ବେତନ କମିଶନଙ୍କ ସୁପାରିଶ କ୍ରମେ ଉପକୃତ ସମସ୍ତ ହିତାଧିକାରୀଙ୍କୁ ୮ମ ବେତନ କମିଶନଙ୍କ ସୁପାରିଶରେ ପେନସନଭୋଗୀଙ୍କୁ ଅନ୍ତର୍ଭୁକ୍ତ କରିବା ସହିତ ପୁନଃବିଚାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ରାଉରକେଲା କିମ୍ବା ସୁନ୍ଦରଗଡ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ବରିଷ୍ଠ ଶିକ୍ଷକ ମନ୍ମଥନାଥ ଜେନା, ବିଷ୍ଣୁ ଚରଣ ରାଉତ, ଜଗବନ୍ଧୁ ଜେନା, ସନ୍ତୋଷ କୁମାର ବେହେରା, ଶାନ୍ତନୁ କୁମାର ମୁଦୁଲି, ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଦିପ୍ତା କୁମାରୀ ଦାସ ଓ ଶୁଭାକାଂକ୍ଷୀ ଚୌଧୁରୀ ନିଜ ନିଜ ବକ୍ତବ୍ୟରେ ଅତୀତର ସ୍ମୃତି ଓ ଅନୁଭୂତି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଦୀର୍ଘଦିନ ପରେ ସମସ୍ତେ ଏକାଠି ହେବା ଦ୍ୱାରା ଭାବ ବିହ୍ୱଳ ପରିବେଶ ସୃଷ୍ଟି ହୋଇ ଯାଇଥିଲା ଓ ସମସ୍ତେ ଆତ୍ମବିଭୋର ହୋଇଯାଇଥିଲେ । ସମସ୍ତଙ୍କର ସମସ୍ତଙ୍କୁ ପାଛୋଟି ଆଣିବା ଓ ଭାବପ୍ରବଣତା ସହିତ ବାର୍ତ୍ତାଳାପ କରିବା ଏକ ଆବେଗପୂର୍ଣ୍ଣ ନିଆରା ପରିସ୍ଥିତି ପରିଲକ୍ଷିତ ହୋଇଥିଲା । ସମସ୍ତେ ଅତୀତର କର୍ମମୟ ଜୀବନର ଗୌରବମୟ ସ୍ମୃତିରେ ହଜିଯାଇଥିଲେ । ବାସ୍ତବରେ ଏହା ଚିରସ୍ମରଣୀୟ ହୋଇ ରହିବ ବୋଲି ଶିକ୍ଷକମାନେ ଅନୁଭବ କରିଥିଲେ । ଶିକ୍ଷକ ରାଜକିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ଶିକ୍ଷକ ପ୍ରମୋଦ କୁମାର ଦାଶ, ହୃଷୀକେଶ ରାଉତ, ଅଞ୍ଜଳି ପଣ୍ଡା, ଶାନ୍ତିଲତା ପଣ୍ଡା, କୈଳାସ ଚନ୍ଦ୍ର ଦାସ, ମଞ୍ଜୁଲତା ମଲ୍ଲିକ, ମିନାକ୍ଷୀ ପଣ୍ଡା, ଗୋପେଶ୍ୱରୀ ସାମନ୍ତରା, ଚନ୍ଦ୍ରିକା ରାୟ, ପ୍ରଭାତ ମଞ୍ଜରୀ ଦାସ, ମୀନା କୁମାରୀ ମିଶ୍ର, ଜୟଚନ୍ଦ୍ର ପ୍ରଧାନ, ସନ୍ତୋଷ କୁମାର ତ୍ରିପାଠୀ, ଭାଗିରଥି ରଥ, ଭାଗ୍ୟଧର ଭୂୟାଁ, ରାମକୃଷ୍ଣ ତ୍ରିପାଠୀ, ସଦାଶିବ ମହାକୁଡ଼, ଅଭିରାମ ପ୍ରଧାନ, ଅନିରୁଦ୍ଧ ଆଚାର୍ଯ୍ୟ, କାମାକ୍ଷା ନାରାୟଣ ଚୌବେ, ହୃଷୀକେଶ ମାହାନ୍ତି, ଦିଲୀପ କୁମାର ପଟେଲ, ଉଦୟକର ନାୟକ, ନିରଞ୍ଜନ ସାହୁ, କିଶୋର କୁମାର ତିହାଡୀ, ଅଶୋକ କୁମାର ସାମଲ, ମମତା ରାୟ ଓ ବଳରାମ ଶାସ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସଫଳତାର ସହିତ ସମ୍ପାଦନ କରିବାରେ ସହଯୋଗ କରିଥିଲେ ।