ରାଉରକେଲା, (ସସ୍ମିତା ପ୍ରଧାନ) : ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଆରମ୍ଭ ଏବଂ ପରବର୍ତ୍ତୀ ସମୟରେ ଏହା ସମଗ୍ର ମଧ୍ୟପ୍ରାଚ୍ୟକୁ ବ୍ୟାପିବା ଫଳରେ ଷ୍ଟ୍ରେଟ୍ଅପ ଫରମୁସ୍ ଇରାନର ନିୟନ୍ତ୍ରଣରେ ଥିବାରୁ ଏଲପିଜି ଗ୍ୟାସ୍ ସଙ୍କଟ ଓ ତୈଳ ସଙ୍କଟ ଦେଖାଦେଇଛି । କିନ୍ତୁ ଇରାନ୍ ଭାରତର ତୈଳବାହୀ ଜାହାଜ ଏବଂ ଏଲପିଜି ଗ୍ୟାସ ବୋଝେଇ ଜାହାଜକୁ ଛାଡି ଦେଉଥିବା ବେଳେ, ଭାରତ ସରକାର ସମସ୍ତ ଭାରତୀୟଙ୍କୁ ଏଲପିଜି ସଙ୍କଟ ନହେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ କେତେକ ଡିଷ୍ଟ୍ରିବ୍ୟୁଟର ଏବଂ ଡିଲର, ଲାଭଖୋର ମନୋବୃତ୍ତିି ରଖି ଏଲପିଜି ଗ୍ୟାସ ମହଜୁଦ ରଖୁଛନ୍ତି । ଆଜି ରାଉରକେଲା ସ୍ସେକ୍ଟର-୭ ଥାନା ଅଧିନସ୍ଥ ସେକ୍ଟର-୯ ଅଞ୍ଚଳର ଇ-ବ୍ଲକ୍ରେ ଥିବା ଏକ ଗ୍ୟାରେଜରୁ ରାଉରକେଲା ଯୋଗାଣ ବିଭାଗ ଏବଂ ପୋଲିସର ମିଳିତ ଚଢାଉରେ ୧୬୧ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ସେଥିମଧ୍ୟରେ ୧୦୩ଟି କମର୍ସିଆଲ ଏବଂ ୫୮ଟି ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି । ଏହି ଘଟଣାରେ ରାଉରକେଲା ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀ ଏବଂ ପୋଲିସ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଉଛି । ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବା ଏହି ଗ୍ୟାରେଜରେ ବେଆଇନ କଳାବଜାରୀ ପାଇଁ କିଏ ଗ୍ୟାସ୍ ସିଲିଣ୍ଡର ରଖିଥିଲେ ଏବଂ କାହା ନେତୃତ୍ୱରେ ଏହି ବେଆଇନ ବ୍ୟବସାୟ ଚାଲିଥିଲା ତାହାର ତଦନ୍ତ କରାଯାଉଛି । ଏହି ଗ୍ୟାରେଜକୁ କିଏ ଭଡାରେ ନେଇଥିଲା ତାହାର ତଦନ୍ତ କରାଯାଉଛି । ଗୋଟିଏ ପଟେ ସହରରେ ଗ୍ୟାସ୍ ସିଲିଣ୍ଡରର ଏକ ବଡ଼ ଅଭାବ ରହିଛି, ଅନ୍ୟପଟେ ବେଆଇନ ବ୍ୟବସାୟୀମାନେ କଳାବଜାରୀ ପାଇଁ ଗ୍ୟାରେଜରେ ଗ୍ୟାସ୍ ସିଲିଣ୍ଡର ଲୁଚାଇ କଳାବଜାରୀ କରିବା ପାଇଁ ଏହି ବଡ଼ ଚଢାଉ କରାଯାଉଛି । ଏହି ଚଢାଉ ଗ୍ୟାସ୍ ସିଲିଣ୍ଡରର କଳାବଜାରୀକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ପୋଲିସ୍ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି । ଯୋଗାଣ ବିଭାଗର ଅଧିକାରୀମାନେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ କରୁଛନ୍ତି ।