ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ମଧୁବାବୁ ଓ ଆମ୍ବେଦକର ମଣ୍ଡଳ ତରଫରୁ ପାଳିତ

ରାଉଲକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ କ୍ଷେତ୍ରର ମଧୁବାବୁ ମଣ୍ଡଳ ଆନୁକୂଲ୍ୟରେ ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ମଣ୍ଡଳ ସଭାପତି ପ୍ରତିମା ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସେକ୍ଟର -୬ ସ୍ଥିତ ଟେଲିଫୋନ ଭବନ ନିକଟସ୍ଥ ଛକ ଠାରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ନେତା ତଥା ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ବିଜେପିର ପୂର୍ବଜଙ୍କ ବଳିଦାନ ଓ ତ୍ୟାଗକୁ ସ୍ମରଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ । ବରିଷ୍ଠ ନେତା ସୁବ୍ରତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ରାଷ୍ଟ୍ର ପ୍ରେମ ଓ ଦେଶ ଭକ୍ତି ଆମର ମୁଖ୍ୟ ଆଦର୍ଶ ହେବା ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ରନାଥ ବାରିକ, ଅଜୟ କୁମାର ରାଉତ୍, ଅଜୟ କୁମାର ପାତ୍ର, ରବୀନ୍ଦ୍ର ରାଉତ୍, ନମିତା ସେନାପତି, ଗୀତାଞ୍ଜଳି ଜେନା, ମନୋଜ କୁମାର ପଟ୍ଟନାୟକ, ହିମାଦ୍ରୀ ବେହେରା , ସରସ୍ଵତୀ ମହାନ୍ତଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ । ସେହିପରି ଆମ୍ବେଦକର ମଣ୍ଡଳ ତରଫରୁ ସେକ୍ଟର -୧୭ ସ୍ଥିତ କମ୍ୟୁନିଟ ସେଣ୍ଟର ପରିସରରେ ମଣ୍ଡଳ ସଭାପତି ମନୋଜ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷରେ ଅନୁଷ୍ଟିତ ହୋଇଥିଲା । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଦୀପ ପ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ସେ ପ୍ରତିଷ୍ଠା ଦିବସ ଉପରେ ଆଲୋକପାତ କରିବା ସହିତ ବିଜେପିର ପୂର୍ବଜଙ୍କ ବଳିଦାନର ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଆଲୋକ ନାୟକ, ରାମ ବର୍ମା, ପ୍ରଭାକର ସାହୁ, ବଳରାମ ସମାସି, ଗୌତମ ବାଡା, ବାବୁଲି ବାରିକ, ମୁରଲୀ ବାରିକ, ମନୋଜ ସାହୁ, ଦୀପକ ସାହୁ, କାରଣ ସାହୁ, କେ ପି ରାଜେଶ, ଯୋନୀ ରୋବର୍ଟ, ଟୁନଟୁନ ସାହୁ, ଅକ୍ଷୟ ମହାନ୍ତି, କବିତା ବିନ୍ଧାଣୀ, ଅମିତ, ଦୁର୍ଗା ଚରଣ ପଟେଲଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.